ଯୁବକଙ୍କ ବେକ କାଟି ହତ୍ୟା...

Published By : Prameya-News7 Bureau | July 24, 2020 IST

ବୌଦ୍ଧ୨୪/୭: ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଆମ୍ବଗାଁ ନିକଟ ଏକ ନାଲା ପାଖରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତ ଯୁବକ ଜଣକ ଖମନମୁଣ୍ଡା ପଂଚାୟତ ଅନ୍ତର୍ଗତ ସିଆଲଝୁରି ଗ୍ରାମର ଲୋକନାଥ ପ୍ରଧାନ ବୋଲି ଜଣାପଡିଛି। ଲୋକନାଥଙ୍କ ବେକକୁ କୌଣସି ଏକ ଧାରୁଆ ଅସ୍ତ୍ରରେ ହଣା ଯାଇଥିବା ବେଳେ ହାତରେ ଗଭୀର କଟା ଦାଗ ରହିଛି। ଯାହାକୁନେଇ ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଛି। ଲୋକନାଥ ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ ଥିଲେ। ତେବେ ରାଜନୀତିକୁ ନେଇ ଏଭଳି ଘଟଣା ଘଟିଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେପଟେ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.