ମୁନିଗୁଡା୧୪/୮: ଦିନକୁ ଦିନ ରାଜ୍ୟରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। କରୋନା ଭୟରେ ମୃତ ବ୍ୟକ୍ତିଙ୍କୁ କାନ୍ଧ ମିଳୁନଥିବା ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ରାୟଗଡା ଜିଲ୍ଲା ବିଷମକଟକରେ ଏଭଳି ଘଟଣା ଦେଖିବାକୁ ମିଳିଛି I ବିଷମକଟକର ଜଣେ ଯୁବ ବ୍ୟବସାୟୀ କିଛି ଦିନ ହେବ ଜ୍ବରରେ ପୀଡିତ ଥିଲେ।ଚିକିତ୍ସା ପାଇଁ ତାଙ୍କୁ ଗତକାଲି ବିଷମକଟକ ଖ୍ରୀଷ୍ଚୀଆନ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେ ଗତ ରାତି ପ୍ରାୟ ୨ ଟା ବେଳେ ମୃତ୍ୟୁ ବରଣ କରିଥିଲେ I ମୃତ୍ୟୁ ପରେ କାଳେ କରୋନା ହୋଇଥିବା ସନ୍ଦେହରେ ତାଙ୍କୁ ୪ କାନ୍ଧ ମିଳି ନଥିଲା। କେବଳ ନିଜ ବାପା, ପୋଲିସ ପ୍ରଶାସନ, ବିଡିଓ, ତହସିଲଦାରଙ୍କ ସମେତ ୨ ଜଣ ସମାଜସେବୀ ଙ୍କ ଉପସ୍ଥିତିରେ ଶବ ସତ୍କାର କାର୍ଯ୍ୟ କରାଯାଇଥିଲା
କୋରାପୁଟ ସେମିଳିଗୁଡାରେ ଭି.କେ ପାଣ୍ଡିଆନ୍, ନିର୍ବାଚନ...