ଧର୍ମେନ୍ଦ୍ର ହେବେ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ- ଜୁଏଲ୍

Published By : Prameya-News7 Bureau | November 27, 2018 IST

ଭୁବନେଶ୍ବର ୨୭|୧୧: ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶିବା ପରେ ତାଙ୍କୁ ସ୍ବାଗତ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏହା ସହ ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାରେ ଦଳର ଚେହେରା ହେବେ ବୋଲି ସେ କହିଛନ୍ତି । ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢ଼ିବ ଏବଂ ସେ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି ଜୁଏଲ୍ । ବିଜେଡି ସରକାରକୁ ହଟାଇ ଧର୍ମେନ୍ଦ୍ରଙ୍କୁ  ମୁଖ୍ୟମନ୍ତ୍ରୀ କରାଇବାକୁ ଦଳ କାମ କରିବ । ସେହିଭଳି ଦଳର ଜାତୀୟ କାର୍ଯ୍ୟକାରୀ ସଦସ୍ୟ ବିଜୟ ମହାପାତ୍ର ଏବଂ ବିଧାୟକ ଦିଲ୍ଲୀପ ରାୟ ବିଜେପି ଛାଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେମାନେ ଦଳ ଛାଡ଼ିଲେ କିଛିଟା ପ୍ରଭାବ ପଡ଼ିବ ବୋଲି କହିଛନ୍ତି ଜୁଏଲ୍ । ତେବେ ବଡ଼ ଲୋକଙ୍କୁ ବୁଝାଇବାକୁ ବଡ଼ ଲୋକ ଅଛନ୍ତି । ଦିଲ୍ଲୀପ ରାୟଙ୍କ ପୋଲ ଓ ହସ୍ପିଟାଲ କାରଣକୁ କାରଣ ବୋଲି ମାନି ନାହାନ୍ତି ଜୁଏଲ୍ ଓରାମ୍ । ବରଂ ବ୍ୟକ୍ତିଗତ ରାଜନୈତିକ କାରଣରୁ ଦିଲ୍ଲୀପ ଦଳ ଛାଡୁଥିବା, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.