ଜଙ୍ଗଲରେ ଚାଲିଥିଲା କୁକୁଡ଼ା ଲଢ଼େଇ, ପହଞ୍ଚିଗଲା ପୋଲିସ୍‌ ; ଆଉ ତାପରେ…

Published By : Prameya-News7 Bureau | October 20, 2021 IST

ଜୟପୁର ୨୦।୧୦: ଥାନାରେ ପହଞ୍ଚିଲା କୁକୁଡ଼ା । ଜୁଆ ଆଡ୍ଡାରୁ ଜୁଆଡିଙ୍କ ସହ ଧରା ପଡିବା ପରେ ୨ଟି ଗଂଜା କୁକୁଡାକୁ ଜବତ କରି ଥାନା ପରିସରରେ ରଖିଛି ଜୟପୁର ସଦର ପୋଲିସ। ଜୟପୁର ନିକଟ କୁନ୍ତରଖାଲ ଜଙ୍ଗଲରେ କୁକୁଡ଼ା ଲଢେ଼ଇ ମାଧ୍ୟମରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ କରିଥିଲା। ଘଟଣାରେ ୧୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ। କୁକୁଡ଼ା ଗାଲିରେ ବ୍ୟବହୃତ ୨ଟି କୁକୁଡ଼ା ସହ ୧୨ଟି ମଟର ସାଇକେଲ ଓ ୧୧ ହଜାର ୭୨୦ ଟଙ୍କା ପୋଲିସ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

wp:html /wp:html



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.