ସ୍କୁଲ ମଧ୍ୟରେ ଚାଲିଥିଲା ଜୁଆଆଡ୍ଡା, ୬ ଜଣ ଜୁଆଡିଙ୍କୁ ବାନ୍ଧିଲା ପୋଲିସ୍‌

Published By : Prameya-News7 Bureau | December 06, 2021 IST

ଟାଙ୍ଗୀ, ୦୬।୧୨: ସ୍କୁଲ ମଧ୍ୟରେ ଚାଲିଥିଲା ଜୁଆଆଡ୍ଡା । ପୋଲିସର ରେଡ୍ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ସାନ-କୁସୁମୀ ଗାଁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବିଳମ୍ବିତ ରାତ୍ରରେ ଚାଲିଥିଲା ଏହି ଜୁଆଆଡ୍ଡା । ଘଟଣା ସ୍ଥଳରୁ ପୋଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଛି । ୭ଟି ମୋବାଇଲ ଫୋନ୍ ସହିତ ୪ ଟି ମୋଟର ସାଇକେଲ ଏବଂ ନଗଦ ୮ ହଜାର ୫୪୦ ଟଙ୍କା ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ଗଠିତ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ଏହି ଧରପଗଡ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.