ପ୍ରସ୍ତାବିତ ପୋସ୍କ ଜମିରେ ହେବ ଜେଏସ୍‌ଡବ୍ଲୁର ପ୍ଲାଣ୍ଟ! ପରିବେଶ ମଞ୍ଜୁରୀ ମିଳିବା ନେଇ ସମ୍ଭାବନା

Published By : Prameya-News7 Bureau | September 16, 2019 IST

ଭୁବନେଶ୍ବର/ପାରାଦୀପ/ଜଗତସିଂହପୁର ୧୬।୦୯- ଜଗତସିଂହପୁରରେ ପୋସ୍କୋ ହେବାକୁ ଥିବା ପ୍ରସ୍ତାବିତ ଜମିରେ ଜେଏସଡବ୍ଲୁର ପ୍ଲାଣ୍ଟ ଲାଗି ପରିବେଶ ମଞ୍ଜୁରୀ ମିଳିବା ନେଇ ସମ୍ଭାବନା ଦେଖାଦେଇଛି। ଏହି ବହୁଚର୍ଚ୍ଚିତ ଜମିରେ ଜେଏସ୍‌ଡବ୍ଲୁର ପ୍ଲାଣ୍ଟ ଲାଗି ଅନୁମତି ମିଳିବା ପରଠାରୁ  ଖୁବ୍ ଶୀଘ୍ର କମ୍ପାନୀ ଏଠାରେ କାମ ଆରମ୍ଭ କରିବ । ତେବେ ୨୦୦୫ରୁ ୨୦୧୭ ଯାଏଁ ପୋସ୍କୋ ପ୍ରସଙ୍ଗରେ ସାରା ଦେଶରେ ବେଶ୍ ଚର୍ଚ୍ଚାରେ ଥିଲା ।

{"id":158620}

ଯେଉଁଠି  ପୋସ୍କୋ ପାରିଲାନି ସେଠି ପାରିବକି ଜେଏସଡବ୍ଲୁ । ରାଜ୍ୟ ସରକାର ଜମି ହସ୍ତାନ୍ତର ଘୋଷଣା ପରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ ପରିବେଶ ମଞ୍ଜୁରୀ ପାଇବା ପ୍ରକ୍ରିୟା ଜାରି ରଖିଛି। ଅର୍ଥାତ୍ ସରକାରୀ ସ୍ତରର ସବୁ ଫର୍ମାଲିଟିଜ୍ ପୂରା ହୋଇଛି । ଅପେକ୍ଷା କେବଳ ଚୂଡ଼ାନ୍ତ ପରିବେଶ ମଞ୍ଜୁରୀକୁ।

{"id":158621}

ୟେ ହେଉଛି ସେହି ବହୁ ଚର୍ଚ୍ଚିତ ଜମି ଯେଉଁଠି ୨୦୦୫ରେ ସାଉଥ କୋରିଆର କମ୍ପାନୀ ପୋସ୍କୋ ଶିଳ୍ପ ପ୍ରତିଷ୍ଠା କରିବାକୁ ଆସିଥିଲା । ଢିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗର ପ୍ରାୟ ୩ ହଜାର ଏକର ଜମିକୁ ଅଧିଗ୍ରହଣ କରିଥିଲା । ଏହାକୁ ନେଇ ପୁଣି ଥରେ ସପକ୍ଷ-ବିପକ୍ଷ ବୟାନ ବି ସାମ୍ନାକୁ ଆସିଲାଣି । ବିରୋଧୀ ବି ପ୍ରସଙ୍ଗକୁ ଚେଙ୍କିଲେଣି ।

{"id":158622}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.