Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

JSW ସିଏମଡି ସଜ୍ଜନ ଜିନ୍ଦଲ ହେଲେ ୱାର୍ଲଡ ଷ୍ଟିଲ ଆସୋସିଏସନ ଚେୟାରମ୍ୟାନ

13/10/2021 at 8:43 PM

ବ୍ରସେଲସ୍‌ ୧୩।୧୦: ଜେଏସଡବ୍ଲୁ ଷ୍ଟିଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ( ସିଏମଡି) ସଜ୍ଜନ ଜିନ୍ଦଲ ୱାର୍ଲଡ ଷ୍ଟିଲ ଆସୋସିଏସନ (ଡବ୍ଲୁଏସଏ) ଚେୟାରମ୍ୟାନ ମନୋନୀତ ହୋଇଛନ୍ତି। ୨୦୨୧-୨୨ ବର୍ଷ ନିମନ୍ତେ ଜିନ୍ଦଲଙ୍କୁ ଚେୟାରମ୍ୟାନ ମନୋନୀତ କରାଯାଇଥିବା ଡବ୍ଲୁଏସଏ ବୁଧବାର ସୂଚିତ କରିଛନ୍ତି। ଏହି ନିଯୁକ୍ତିରେ ଭାରତୀୟ ଉଦ୍ୟୋଗ ଜଗତ ବେଶ୍ ଉତ୍ସାହିତ ହୋଇଛି।  ସଜ୍ଜନ ଜିନ୍ଦଲ ପ୍ରଥମ ଭାରତୀୟ ଉଦ୍ୟୋଗପତି ଯିଏ ଏହି ପଦବୀ ଅଳଙ୍କୃତ କରିଛନ୍ତି। 

ଏହି ଅବସରରେ ଜିନ୍ଦଲ  ଡବ୍ଲୁଏସଏ ବୋର୍ଡଙ୍କୁ ସମ୍ବୋଧିତ କରିଥିବା ବେଳେ ତାଙ୍କ ପୂର୍ବବର୍ତ୍ତି ଅଧ୍ୟକ୍ଷ ୟୁ ୟୋଙ୍ଗଙ୍କୁ ଗତ ୨ ବର୍ଷରେ ତାଙ୍କର ଯୋଗଦାନ ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଛନ୍ତି। ବର୍ତ୍ତମାନ ସମୟରେ ବିଶ୍ୱର ଉଦ୍ୟୋଗ ଜଗତ ସମ୍ମୁଖୀନ ହୋଇଥିବା ଆହ୍ୱାନ ଉପରେ ଜିନ୍ଦଲ ଆଲୋକପାତ କରିବା ସହ ଜଳବାୟୁ ପରିବର୍ତ୍ତନକୁ ନେଇ ତାଙ୍କର ଚିନ୍ତାବ୍ୟକ୍ତ କରିଥିଲେ।  ବିଶ୍ୱ ଇସ୍ପାତ ଉଦ୍ୟୋଗର କେନ୍ଦ୍ରବିନ୍ଦୁ ହେଉଛନ୍ତି ଡବ୍ଲୁଏସଏ। ଉଦ୍ୟୋଗକୁ ପ୍ରଭାବିତ କରୁଥିବା ପ୍ରମୁଖ ରଣନୈତିକ ପ୍ରସଙ୍ଗରେ ସଂଘ ବିଶ୍ୱକୁ ନେତୃତ୍ୱ ପ୍ରଦାନ କରିଆସୁଛନ୍ତି। ବିଶେଷ କରି ଡବ୍ଲୁଏସଏ ଆର୍ଥିକ, ପରିବେଶ ଓ ସାମାଜିକ ସ୍ଥିରତା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିଆସିଛନ୍ତି।

ସମଗ୍ର ବିଶ୍ୱରେ ଇସ୍ପାତ ଉତ୍ପାଦନ କରୁଥିବା ୮୫ ପ୍ରତିଶତ ଉଦ୍ୟୋଗଙ୍କର ସଂଘ ପ୍ରତିନିଧିତ୍ୱ କରିଆସୁଛନ୍ତି। ଯେଉଁଥିରେ ୧୬୦ରୁ ଅଧିକ ଇସ୍ପାତ ଉତ୍ପାଦକ, ଜାତୀୟ ଓ ଆଞ୍ଚଳିକ ଇସ୍ପାତ ଉଦ୍ୟୋଗ ସଂଘ ସମେତ ଇସ୍ପାତ ଗବେଷଣା ସଂସ୍ଥା ସଦସ୍ୟ ଅଛନ୍ତି। ୧୯୬୭ ମସିହାରେ ସ୍ଥାପିତ ଡବ୍ଲୁଏସଏ ବିଶ୍ୱର ସବୁଠୁ ବଡ଼ ଶିଳ୍ପ ପ୍ରତିନିଧି ହୋଇଥିବା ବେଳେ ଏହାର ମୁଖ୍ୟାଳୟ ବ୍ରସେଲସ୍‌ରେ ରହିଛି।

ସେହିପରି ଜେଏସଡବ୍ଲୁ ଗ୍ରୁପର ଜେଏସଡବ୍ଲୁ ଷ୍ଟିଲ ଭାରତର ଅଗ୍ରଣୀ ଓ ବିଶ୍ୱର ସର୍ବୋତ୍କୃଷ୍ଟ ସମନ୍ୱିତ ଇସ୍ପାତ ନିର୍ମାତାଙ୍କ ମଧ୍ୟରେ ଅନ୍ୟତମ। କମ୍ପାନୀ ତାଙ୍କର ବାର୍ଷିକ ଷ୍ଟିଲ ଉତ୍ପାଦନ ୨୦୨୫ ସୁଦ୍ଧା ୩୭.୫ ମେଟ୍ରିକ ଟନ୍‌ରେ ପହଞ୍ଚାଇବାକୁ ବିସ୍ତୃତ ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରୁଛନ୍ତି। ଏଥିରେ ଯୁକ୍ତରାଷ୍ଟ୍ରରେ ବାର୍ଷିକ ୧.୫ ମେଟ୍ରିକଟନ୍‌ ଉତ୍ପାଦନ କ୍ଷମତାର କାରଖାନା ସାଙ୍ଗକୁ ମିଳିତ ନିୟନ୍ତ୍ରଣରେ ଥିବା କାରଖାନାଗୁଡିକରୁ ୨୦୨୧ ସୁଦ୍ଧା ବାର୍ଷିକ ୧୮ ମେଟ୍ରିକ ଟନ୍‌ ଷ୍ଟିଲ ଉତ୍ପାଦନ କରୁଛନ୍ତି। ଯିଏ ୨୦୩୦ ସୁଦ୍ଧା ବାର୍ଷିକ ଷ୍ଟିଲ ଉତ୍ପାଦନକୁ ୪୫ ମେଟ୍ରିକ ଟନରେ ପହଞ୍ଚାଇବାକୁ ଲକ୍ଷ ଧାର୍ଯ୍ୟ କରିଛନ୍ତି।

   Related Posts