Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଓବାଦୀଙ୍କ ଗୁଳିରେ ମୃତ ପୁଲିଂ କର୍ମଚାରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲା ଜିଆରଏସ ସଂଘ

କନ୍ଧମାଳ ୧୭/୪ : କନ୍ଧମାଳରେ ମାଓବାଦୀଙ୍କ ଗୁଳିରେ ଅତିରିକ୍ତ ସେକ୍ଟର ଅଧିକାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି | ମୃତ କର୍ମଚାରୀ ସଂଯୁକ୍ତା ଦିଗଲଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରୀ ଦାବିରେ ଜିଆରଏସ ସଂଘ ଫିରିଙ୍ଗିଆ ବ୍ଲକ ଆଗରେ ଧାରଣା ଦେଇଛନ୍ତି |


ସୂଚନାଯୋଗ୍ୟ ଯେ, ଆଜି ବୁଥ ଚେକିଂ ପାଇଁ ଏକ ବୋଲେରୋରେ ଯାଉଥିବାବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ | ଏଥିସହ ଆଖିବୁଜା ଗୁଳି ଚାଳନା ମଧ୍ୟ କରିଥିଲେ | ଏଥିରେ ସଂଯୁକ୍ତା ଦିଗଲଙ୍କ ମୃତ୍ୟୁ ହୋଇଛି | ଫୁଲବାଣୀରୁ ବାନ୍ଦାପଡ଼ା ଯାଉଥିବା ବେଳେ ମାଓବାଦୀଙ୍କ ଗୁଳିମାଡ଼ରେ ଜଣେ ପୋଲିଂ ସେକ୍ଟର ଅଫିସର କ୍ରାନ୍ଦିବାଲି ଗାଁର ସଂଯୁକ୍ତା ଦିଗାଲ ପ୍ରାଣ ହରାଇଛନ୍ତି । ସେପଟେ ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ଠାରେ ପୋଲିଂ ପାର୍ଟି ଯାଉଥିବା ତିନୋଟି ଗାଡ଼ିକୁ ଜାଳିଦେଇଥିଲେ ମାଓବାଦୀ । ତେବେ ଗାଡ଼ି ଜାଳିବା ପୂର୍ବରୁ ସମସ୍ତ ପୋଲିଂ କର୍ମଚାରୀଙ୍କୁ ଗାଡ଼ିରୁ ଓହ୍ଲାଇଯିବା ପାଇଁ କହିଥିଲେ ।

ସଂଯୁକ୍ତାଙ୍କ ମୃତ୍ୟୁକୁ ନେଇ ପରିବାରଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ଫୁଲବାଣୀ ହସ୍ପିଟାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ପରିବାରଲୋକ, ଆତ୍ମୀୟସ୍ବଜନ ସମସ୍ତେ ହସ୍ପିଟାଲ ପରିସରରେ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ପୋଲିଂ ଗାଡି ଯାଉଥିବାବେଳେ କିଭଳି ଭାବେ ସୁରକ୍ଷାକର୍ମୀ ତାଙ୍କ ସହ ଯାଉନଥିଲେ ତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

464 Views

   ସମ୍ବନ୍ଧିତ ଖବର