ଆଜି ବିଜେପିକୁ ମିଳିବ ନୂଆ ସଭାପତି : ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିପାରନ୍ତି ଜେପି ନଡ୍ଡା

Published By : Prameya-News7 Bureau | January 20, 2020 IST

ନୂଆଦିଲ୍ଲୀ ୨୦/୧: ଭାରତୀୟ ଜନତା ପାର୍ଟିକୁ ଆଜି ମିଳିପାରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଅମିତ ଶାହାଙ୍କ ସ୍ଥାନରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ନିର୍ବିବାଦରେ ନିର୍ବାଚିତ କରିପାରେ । ବିଜେପି ଅଧ୍ୟକ୍ଷ ସର୍ବସମ୍ମତିରେ ଏବଂ ବିନା ନିର୍ବାଚନରେ ବଛାଯିବାର ପରମ୍ପରା ରହିଆସିଛି ।

{"id":213636,"sizeSlug":"large"}

ତେଣୁ ଏଥର ମଧ୍ୟ ସେହି ପରମ୍ପରା ଆଧାରରେ ଅଧ୍ୟକ୍ଷ ମନୋନୀତ ହେବାର ସମ୍ଭାବନା ରହିଛି । ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଅଧ୍ୟକ୍ଷ ପଦ ପାଇଁ ଜେପି ନଡ୍ଡା ନାମାଙ୍କନ ଦାଖଲ କରିପାରନ୍ତି । ନୂଆ ଅଧ୍ୟକ୍ଷ ନିର୍ବାଚନ ସହ ଦଳର ବର୍ତମାନର ଅଧ୍ୟକ୍ଷ ଅମିତ ଶାହାଙ୍କ ସାଢେ ୫ ବର୍ଷରୁ ଅଧିକ କାର୍ଯ୍ୟକାଳ ଶେଷ ହେବ । ଶାହାଙ୍କ ଅଧ୍ୟକ୍ଷ କାର୍ଯ୍ୟକାଳରେ ବିଜେପି ସାରା ଦେଶରେ ପ୍ରଭାବ ବିସ୍ତାର କରିପାରିଥିଲା ।

{"id":213637,"sizeSlug":"large"}

ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଅମିତ ଶାହା କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ବିଜେପି ନୂଆ ଅଧ୍ୟକ୍ଷ ଖୋଜିବା ଆରମ୍ଭ କରିଦେଇଥିଲା । କାରଣ ଦଳରେ ଗୋଟିଏ ବ୍ୟକ୍ତି, ଗୋଟିଏ ପଦର ପରମ୍ପରା ରହିଛି । ଗତ ବର୍ଷ ଜୁଲାଇରେ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।

{"id":213638,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.