ଅମିତ ଶାହାଙ୍କ ଇନିଂସ ଶେଷ, ଜେପି ନଡ୍ଡା ହେବେ ବିଜେପି ସଭାପତି

Published By : Prameya-News7 Bureau | January 14, 2020 IST

ନୂଆଦିଲ୍ଲୀ ୧୪।୦୧: ଜେପି ନଡ୍ଡା ଆସନ୍ତା ୨୦ଜାନୁଆରୀରେ ଭାରତୀୟ ଜନତା ପାର୍ଟି ବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବେ । ବର୍ତ୍ତମାନ ନଡ୍ଡା ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡୁଛି । ବିଜେପିର ସାଙ୍ଗଠନିକ ନିର୍ବାଚନା ଚାଲୁଛି ।ବିଜେପିର ସମ୍ବିଧାନ ଅନୁସାରେ ୫୦ ପ୍ରତିଶତ ରାଜ୍ୟର ସାଙ୍ଗଠନିକ ନିର୍ବାଚନ ହେବା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କରାଯାଇଥାଏ । ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ବିଜେପିର ୫୫ପ୍ରତିଶତ ରାଜ୍ୟରେ ସାଗଠନିକ ନିର୍ବାଚନ ସରିଯାଇଥିବ । ଏହାପରେ ୨୦ଜାନୁଆରୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଖବରନୁଯାୟୀ ସକାଳ ୧୦ଟା ସମୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ । ସେହିଦିନ ଦିନ ୨ଟା ସୁଦ୍ଧା ନାମ ପ୍ରତ୍ୟାହାର ସମୟ ଓ ଅପରାହ୍ନ ୪ଟାରେ ଦଳର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ ।  

{"id":211227,"width":569,"height":319,"sizeSlug":"large"}

ତେବେ ଆସନ୍ତୁ ଜାଣିବା ଜେ.ପି ନଡ୍ଡାଙ୍କ ରାଜନୈତିକ ପାହାଚ ଉପରେ -

ଏବିବିପି ଛାତ୍ର ସଂଗଠନ ଜରିଆରେ ରାଜନୀତିରେ ପ୍ରବେଶ କରିଥିଲେ ଜେ.ପି ନଡ୍ଡା । ୧୯୯୩ ମସିହାରେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ରାଜ୍ୟ ଓ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ୧୯୯୪ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଧାନସଭାରେ ପାର୍ଟିର ନେତା ଭାବେ ନିର୍ବାଚିତ ହୋଇଥିଲେ । ତେବେ ୧୯୯୮ରେ ହୋଇଥିବା ନିର୍ବାଚନରେ ଜିତି ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ଏଥର ତାଙ୍କୁ  ସ୍ବାସ୍ଥ୍ୟ ଓ ସଂସଦୀୟ ବିଭାଗର ମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା।

{"id":211228,"sizeSlug":"large"}

୨୦୦୭ରେ ପୁଣି ନିର୍ବାଚନ ଜିତିବା ପରେ ପ୍ରେମ କୁମାର ଧୂମଳଙ୍କ ସରକାରରେ ଜଙ୍ଗଲ ଓ ପରିବେଶ, ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ ଭାର ଦିଆଗଲା । ୨୦୧୨ରେ ଜେପି ନଡ୍ଡା ରାଜ୍ୟସଭାକୁ ସାଂସଦ ରୂପେ ନିର୍ବାଚିତ ହେଲେ, ପରେ ୨୦୧୪ରେ ମୋଦି ସରକାର  ଗଠନ ହେବାର କିଛି ଦିନ ପରେ ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ କରାଯାଇଥିଲା । ରାଷ୍ଟ୍ରୀୟ ରାଜନୀତିରେ ଜେପି ନଡ୍ଡା ୨୦୧୦ରେ ପ୍ରବେଶ କରିଯାଇଥିଲେ ।

{"id":211229,"width":579,"height":385,"sizeSlug":"large"}

ବିଜେପିର ତତ୍‌କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଗଡକରୀ ନଡ୍ଡାଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । ଏହାପରେ ତାଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପରେ ଅମିତ ଶାହାଙ୍କ ଟିମ୍‌ରେ ରାଷ୍ଟ୍ରୀୟ ମହାସଚିବ ଦାୟ୍ବିତ ଦିଆଯାଇଥିଲା । ଜେପି ନଡ୍ଡାଙ୍କୁ ଜଣେ ଭଳ ସାଙ୍ଗଠନିକ ଭାବେ ଜଣାଯାଏ । ଯଦି ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଉଛନ୍ତି ସ ତେବେ ଜେପି ନଡ୍ଡା ବିଜେପିର ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଜର ପଦ ସମ୍ଭାଳିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.