Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ପଶ୍ଚିମବଙ୍ଗରେ କୃଷକଙ୍କ ଘର ଘର ଯାଇ ଏକ ମୁଠା ଚାଉଳ ମାଗିଲେ ନଡ୍ଡା, କଣ ରହିଛି ବିଜେପିର ନୂତନ ଚାଲ୍

8/01/2021 at 10:58 PM

ନୂଆଦିଲ୍ଲୀ ୦୮।୦୧: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଶନିବାର ପୁଣି ଥରେ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି। ଏଥର ତାଙ୍କ ନଜର ରାଜ୍ୟର କୃଷକ ଭାଇଙ୍କ ଉପରେ ରହିବ। ପଶ୍ଚିମବଙ୍ଗରେ ଧାନର ଗନ୍ତାଘର କୁହାଯାଉଥିବା ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ନଡ୍ଡା ‘ଏକ ପାତ୍ର ଚାଉଳ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହାରି ଆଧାରରେ ପାର୍ଟି ନେତା ଓ କର୍ମକର୍ତ୍ତା କୃଷକଙ୍କ ଘର ଘର ଯାଇ ମୁଠାଏ ଚାଉଳ ସହିତ ଆଗାମୀ ବିଧାନସଭା ନିର୍ବାଚନରେ ପାର୍ଟି ପାଇଁ ଭୋଟ୍ ଭିକ୍ଷା କରିବେ।

ଗୋଟିଏ ପଟେ କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି) ସରକାର ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡକାଇ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ କରାଇବାକୁ ପ୍ରୟାସ ଚଳାଇଥିବା ବେଳେ ବିଜେପି ମମତା ବାନାର୍ଜୀଙ୍କୁ କୃଷକ ବିରୋଧୀ ଦର୍ଶାଇବାକୁ ପ୍ରୟାସ କରୁଛି। ନଡ୍ଡା କଟଓ୍ଵାର ଜଗଦାନନ୍ଦପୁର ଗାଁରେ କୃଷକଙ୍କ ସୁରକ୍ଷା ସଭାକୁ ସମ୍ବୋଧିତ କରିବେ। ପାର୍ଟି କହିଛି ନିର୍ବାଚନ ପୂର୍ବରୁ ପୂରା ପଶ୍ଚିମବଙ୍ଗରେ ଏମିତି ୪୦ ହଜାର ସଭାର ଆୟୋଜନ କରାଯିବ।

ନଡ୍ଡା ଏଠାରେ ଏକ ପ୍ରସିଦ୍ଧ ମନ୍ଦିରରେ ପୂଜା କରିବା ପରେ ଘର ଘର ଯାଇ ଚାଉଳ ସଂଗ୍ରହ କରିବାର ଅଭିଯାନ ଆରମ୍ଭ କରିବେ। ଏହାକୁ ‘ଏକ ମୁଠି ଚାଉଳ ସଂଗ୍ରହ’ର ନାମ ଦିଆଯାଇଛି। ନଡ୍ଡା ଏଠାରେ କୃଷକଙ୍କ ଘରକୁ ଯାଇ ଭୋଜନ କରିବେ। ବିଜେପି କହିଛି ‘ଏକ ମୁଠି ଚାଉଳ ସଂଗ୍ରହ’ ପାର୍ଟି ଓ ତାଙ୍କ ସରକାର କୃଷକଙ୍କ ବିକାଶ, ପ୍ରଗତି ଓ ସମୃଦ୍ଧି ପାଇଁ କେତେ ପ୍ରତିବଦ୍ଧ ତାହା ସାବ୍ୟସ୍ତ କରିବ। ପଶ୍ଚିମବଙ୍ଗରେ ୨୦୨୧ ମଧ୍ୟ ଭାଗକୁ ହେବାକୁ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟର ସମସ୍ତ ୭୩ ଲକ୍ଷ କୃଷକଙ୍କ ଘରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।

ଟିଏମସି ଏହି ଅଭିଯାନ ଉପରେ ପ୍ରତିକ୍ରିୟା ଦେଇ ଏହାକୁ  ହାସ୍ୟାସ୍ପଦ ଓ ନିରର୍ଥକ ଦର୍ଶାଇଛି। ଟିଏମସିର ସାଂସଦ ତଥା ପାର୍ଟିର ମୁଖପାତ୍ର ସୌଗାତ ରାୟ କହିଛନ୍ତି ଏହା ହାସ୍ୟାସ୍ପଦ। ଏମିତି ସମୟରେ ବିଜେପି ଏହି ଅଭିଯାନ କରୁଛି ଯେତେବେଳେ ହଜାର ହଜାର କୃଷକ ଦିଲ୍ଲୀ ଦ୍ଵାରରେ କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ନଡ୍ଡାଙ୍କୁ ଦିଲ୍ଲୀରେ ରହି କୃଷକଙ୍କ ସହ ଆଲୋଚନା କରିବା ଉଚିତ୍, ଯାହାଙ୍କ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ।

   Related Posts