Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

କଂଗ୍ରେସ ଅଧ୍ୟକ୍ଷାଙ୍କ ବାର୍ତ୍ତାର ଜବାବ ଦେଲେ ଜେପି ନଡ୍ଡା, କହିଲେ ‘ଥାଙ୍କ୍ ୟୁ ସୋନିଆ ଜୀ’

14/04/2020 at 7:55 PM

ନୂଆଦିଲ୍ଲୀ, ୧୪|୦୪:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପୂର୍ବରୁ ସେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏପରିକି ବିରୋଧୀ ଦଳର ଅନେକ ନେତାଙ୍କ ସହ ମଧ୍ୟ ଚର୍ଚ୍ଚା କରିଥିଲେ । ଏହି ନିଷ୍ପତ୍ତିକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସ୍ୱାଗତ କରିଛି ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ଡାକ୍ତର, ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ସାନିଟାଇଜ ଓ୍ୱାର୍କରଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ପିପିଇ କମ୍ ଥିବା ସତ୍ତ୍ୱେ କରୋନା ମୁକାବିଲା କରୁଥିବାରୁ ସ୍ୱାସ୍ଥ୍ୟକର୍ମୀଙ୍କ ସାହାସକୁ ସମ୍ମାନ ଜଣାଇଛନ୍ତି । ତେବେ ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେବା ପୂର୍ବରୁ କଂଗ୍ରେସ ଟ୍ୱିଟରରେ ସୋନିଆଙ୍କ ଏକ ଭିଡିଓ ମେସେଜ ପୋଷ୍ଟ କରିଥିଲା ।ଏଥିରେ ସୋନିଆ ଡାକ୍ତରଙ୍କୁ କିଛି ସ୍ଥାନରେ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇବା ସହ ଲକଡାଉନକୁ ପାଳନ କରିବା ପାଇଁ ମଧ୍ୟ ଜନତାଙ୍କୁ କହିଥିଲେ ।

ସୋନିଆ ଆହୁରି କହିଥିଲେ ଯେ, ଏହା ହେଉଛି ସଙ୍କଟର ସମୟ । ସମସ୍ତେ ମିଳିତ ଭାବେ ଏହି ଭାଇରସର ମୁକାବିଲା କରିବା ଉଚିତ । କିନ୍ତୁ କିଛି ସ୍ଥାନରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଖବର ଆସୁଛି । ଏହା ଦେଶର ସଂସ୍କୃତି ନୁହେଁ । ଜନତା ଲକଡାଉନକୁ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହାସହ ଘରେ ରହିବା ପାଇଁ କହିଛନ୍ତି । ଏହି ସମୟରେ ଶାନ୍ତି ପ୍ରଦର୍ଶନ କରିଥିବାରୁ ସେ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ଯେଉଁମାନେ ନିସ୍ୱାର୍ଥପର ଭାବେ ଗରିବ, ଅସହାୟଙ୍କୁ ସାନିଟାଇଜର, ମାସ୍କ ଓ ଖାଦ୍ୟ ବଣ୍ଟନ କରୁଛନ୍ତି ସେମାନଙ୍କୁ ପ୍ରଶଂସା କରିଥିଲେ ।

ଏହି ଟ୍ୱିଟ ପରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସୋନିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଧନ୍ୟବାଦ ସୋନିଆ ଜୀ କହିବା ସହ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ ବୋଲି କହିଥିଲେ ।

   Related Posts