Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

କଂଗ୍ରେସ ଉପରେ ନଡ୍ଡାଙ୍କ ଜୋରଦାର ହମଲା, ସୋନିଆ ଗାନ୍ଧୀଙ୍କୁ ପଚାରିଲେ ୧୦ ପ୍ରଶ୍ନ

27/06/2020 at 7:19 PM

ନୂଆଦିଲ୍ଲୀ ୨୭।୦୬: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ସଭାପତି ଜେଡି ନଡ୍ଡା ଚୀନ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ହମଲା କରିଛନ୍ତି। ନଡ୍ଡା କହିଛନ୍ତି, ପିଏମ ନ୍ୟାସନାଲ ରିଲିଫ ଫଣ୍ଡ ଯାହା ଲୋକଙ୍କୁ ସେବା ଏବଂ ରିଲିଫ ପ୍ରଦାନ କରେ ସେଥିରୁ ୨୦୦୫-୦୮ ପର୍ଯ୍ୟନ୍ତ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ କଣ ପାଇଁ ଗଲା ? ଦେଶର ଜନତା ଏହାର ଜବାବ ଚାହୁଁଛନ୍ତି। ଏହି ସମୟରେ ନଡ୍ଡା କଂଗ୍ରେସର ଅନ୍ତରୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ୧୦ଟି ପ୍ରଶ୍ନ କରିଛନ୍ତି।

ଜେପି ନଡ୍ଡା କହିଛନ୍ତି ମେହୁଲ ଚୋକସିଙ୍କଠୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଇଁ ଅର୍ଥ କଣ ପାଇଁ ନିଆଗଲା ? ମେହୁଲ ଚୋକସିଙ୍କୁ ଋଣ ଦେବାରେ କଣ ପାଇଁ ସାହାଯ୍ୟ କରାଗଲା ? ଉଲ୍ଲେଖଯୋଗ୍ୟ, ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭ୍ରଷ୍ଟାଚାରର ଅଭିଯୁକ୍ତ।

ବିଜେପି ସଭାପତି ଜେପି ନଡ୍ଡାଙ୍କ ୧୦ଟି ପ୍ରଶ୍ନ

୧ – ୧୩୦ କୋଟି ଜନତା  ଜାଣିବାକୁ ଚାହୁଁଛନ୍ତି ଯେ, କଂଗ୍ରେସ କ୍ଷମତାରେ ଥାଇ କଣ କଣ କାମ କରିଛି ଏବଂ କେଉଁ ଭଳି ଦେଶର ବିଶ୍ଵାସ ସହିତ ବିସ୍ଵାସଘାତ କରିଛି।

୨ – ଆରସିଇପିର ଅଂଶ ହେବାର କଣ ଆବଶ୍ୟକତା ଥିଲା ? ଚୀନ ସହିତ ଭାରତର ବ୍ୟବସାୟିକ ଘାଟା ୧.୧ ବିଲିୟନ ଆମେରିକୀ ଡଲାରରୁ ବଢି ୩୬.୨ ବିଲିୟନ ଆମେରିକୀୟ ଡଲାର କେମିତି ହେଲା ?

୩ – ଭାତୀୟ ଜାତୀୟ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ମଧ୍ୟରେ ସମ୍ବନ୍ଧ କଣ ପାଇଁ ? ଦୁଇ ଦଳ ମଧ୍ୟରେ କଣ ବୁଝାମଣା ହୋଇଛି ? ସ୍ଵାକ୍ଷରିତ ଏବଂ ଅସ୍ଵାକ୍ଷରିତ ଏମଏଓୟୁ କଣ ? ଏସବୁ ଦେଶ  ଜାଣିବାକୁ ଚାହୁଁଛି।

୪ – ମେହୁଲ ଚୋକସିଙ୍କଠୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଲାଗି କଣ ପାଇଁ ଅର୍ଥ ନିଆଗଲା ? ମେହୁଲ ଚୋକସିଙ୍କୁ ଋଣ ଦେବାରେ କଣ ପାଇଁ ସାହାଯ୍ୟ କରାଯାଇଥିଲା ?

୫ – ଦେଶ ଜାଣିବାକୁ ଚାହୁଁଛି ଯେ, ୨୦୦୫-୨୦୦୮ ମଧ୍ୟରେ ପିଏମ ନ୍ୟାସନଲା ଫଣ୍ଡରୁ ଆରଜିଏଫରେ କଣ ପାଇଁ ଅର୍ଥ ପଠାଗଲା ?

୬ – ପିଏମ ନ୍ୟାସନାଲ ଫଣ୍ଡ ଯାହା ଲୋକଙ୍କ ସେବା ଏବଂ ସେମାନଙ୍କୁ ରିଲିଫ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ। ସେଥିରୁ ୨୦୦୫-୦୮ ପର୍ଯ୍ୟନ୍ତ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ କଣ ପାଇଁ ପଇସା ଗଲା ? ଦେଶ ଏହା ଉପରେ ଜବାବ ଚାହୁଁଛି।

୭ – ୟୁପିଏ ଶାସନ କାଳରେ ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟ, ସେଲ୍, ଗେଲ୍, ଏସବିଆଇ, ଅନ୍ୟ ସଂସ୍ଥା ଉପରେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ଦେବା ପାଇଁ ଚାପ ପକାଇଥିଲା। ଦେଶର ଜନତା ଏହାର କାରଣ ଜାଣିବାକୁ ଚାହୁଁଛନ୍ତି।

୮ – ମୁଁ ଜାଣିବାକୁ ଚାହୁଁଛି ଯେ, ଏମିତି ମୂଲ୍ୟବାନ ଜମି, ଯାହା ଉପରେ ଜବାହର ଭବନ ନିର୍ମାଣ ହୋଇଛି, ରାଜୀବ ଗାନ୍ଧୀ ଫାଉଣ୍ଡେସନ(ଆରଜିଏଫ)କୁକ ସବୁ ଦିନ ପାଇଁ ପଟ୍ଟାରେ କେମିତି ଦିଆଯାଇଛି ? ଏତେ ମୂଲ୍ୟବାନ ଜାଗାକୁ ସର୍ବଦା ପଟ୍ଟାରେ କଣ ପାଇଁ ଦିଆଗଲା।

୯ – ଆରଜିଏଫ କେବଳ ଅର୍ଥ ଲୁଟି ନାହିଁ ଘୋଟାଲାରେ ମଧ୍ୟ ଲିପ୍ତ ଅଛି। ମୁଁ ଜାଣିବାକୁ ଚାହୁଁଛି ଯେ, ରାଜୀବ ଗାନ୍ଧୀ ଚାରିଟେବଲ ଟ୍ରଷ୍ଟକୁ କେମିତି ଦାନରେ ଦିଆଗଲା, ଯାହା ପରିବାର ଦ୍ଵାରା ନିୟନ୍ତ୍ରିତ।

୧୦ – ରାଜୀବ ଗାନ୍ଧୀ ଫାଉଣ୍ଡେସନ ଖାତାର ସିଏଜି ଅଡିଟ୍‌କୁ କଣ ପାଇଁ ମନା କରୁଛି। ଫାଉଣ୍ଡେସନ ଉପରେ ଆରଟିଆଇ କଣ ପାଇଁ ଲାଗୁ ହୋଇନି।

   Related Posts