Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବସୁନ୍ଧରା ରାଜେ ହେଲେ ବିଜେପି ଜାତୀୟ ଉପସଭାପତି

26/09/2020 at 6:28 PM

ନୂଆଦିଲ୍ଲୀ ୨୬।୯: ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ନୂଆ ଟିମ୍‌ ଘୋଷଣା ହୋଇଛି। ନଡ୍ଡା ଘୋଷଣା କରିଥିବା ଜାତୀୟ କାର୍ଯ୍ୟାକାରଣୀରେ ୧୨ ଜାତୀୟ ଉପସଭାପତି, ୮ ଜାତୀୟ ମହାମନ୍ତ୍ରୀ, ଜଣେ ସଙ୍ଗଠନ ମହାମନ୍ତ୍ରୀ, ୩ ଜାତୀୟ ସହ ସଙ୍ଗଠନ ମହାମନ୍ତ୍ରୀ, ୧୩ ଜାତୀୟ ମହାମନ୍ତ୍ରୀ, କୋଷାଧ୍ୟକ୍ଷ, ସହ କୋଷାଧ୍ୟକ୍ଷ, କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ପାଦକ, ଆଇଟି ଓ ସୋସିଆଲ ମିଡିଆ ପ୍ରଭାରୀ, ଯୁବମୋର୍ଚ୍ଚା ସଭାପତି, ଓବିସି ମୋର୍ଚ୍ଚା, କିସାନ ମୋର୍ଚ୍ଚା, ଅନୁସୂଚିତ ଜନଜାତି ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା ଆଦିର ସଭାପତି ଓ ୨୩ ଜାତୀୟ ମୁଖପାତ୍ରଙ୍କ ନାମ ଘୋଷଣା କରିଛନ୍ତି।

ନଡ୍ଡାଙ୍କ ନୂଆ ଟିମରେ ରାଜସ୍ଥାନରୁ ମୋଟ ୪ ଜଣ ସାମିଲ ହୋଇଛନ୍ତି। ଏଥିରେ ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେଙ୍କୁ ଦଳର ଜାତୀୟ ଉପସଭାପତି ନିଯୁକ୍ତ କରାଯାଇଥିବା ବେଳେ ରାଜ୍ୟସଭା ସାଂସଦ ଭୂପେନ୍ଦ୍ର ଯାଦବଙ୍କୁ ଜାତୀୟ ମହାମନ୍ତ୍ରୀ ନିଯୁକ୍ତି ମିଳିଛି। ସେହିପରି ଅଲକା ଗୁର୍ଜର ଜାତୀୟ ମନ୍ତ୍ରୀ ଓ ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋର ଜାତୀୟ ମୁଖପାତ୍ର ମନୋନୀତ ହୋଇଛନ୍ତି।

ସମ୍ବିତ ପାତ୍ର ମଧ୍ୟ ନଡ୍ଡାଙ୍କ ଟିମ୍‌ରେ ନିଜର ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ସେ ପୂର୍ବପରି ଜାତୀୟ ମୁଖପାତ୍ର ପଦବୀରେ ଥିବା ବେଳେ ଅନୀଲ ବଲୁନୀଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଓ ମିଡିଆ ପ୍ରଭାରୀ ନିଯୁକ୍ତ କରାଯାଇଛି। ଅମିତ ମାଲବୀୟ ଜାତୀୟ ଆଇଟି ଓ ସୋସିଆଲ ମିଡିଆ ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି।  ତେଜସ୍ୱୀ ସୂର୍ଯ୍ୟା ଜାତୀୟ ଯୁବମୋର୍ଚ୍ଚା ସଭାପତି ନିଯୁକ୍ତ ହୋଇଥିବା ବେଳେ ଜମାଲ ସିଦ୍ଦିକୀ ସଂଖ୍ୟାଲଘୁ ମୋର୍ଚ୍ଚା ଜାତୀୟ ସଭାପତି ଅବସ୍ଥାପିତ ହୋଇଛନ୍ତି।

   Related Posts