Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବାବ୍ରି ମସଜିଦ୍ ମାମଲାରେ ନିର୍ଦ୍ଦୋଷ ଘୋଷଣା ହେବା ପରେ ଆଡଭାନୀଙ୍କ ପାଖକୁ ଛୁଟିଲା ଶୁଭେଚ୍ଛାର ସୁଅ

30/09/2020 at 1:39 PM

ନୂଆଦିଲ୍ଲୀ ୩୦/୦୯: ବହୁ ଚର୍ଚିତ ବାବ୍ରି ମସଜିଦ ଧ୍ବଂସ ମାମଲାରେ ଶେଷ ନିଷ୍ପତି ଶୁଣାଇଛନ୍ତି ଲକ୍ଷ୍ମୌର ସ୍ବତନ୍ତ୍ର କୋର୍ଟ। ବାବ୍ରି ମସଜିଦ ପାଇଁ ଦାୟୀ କରାଯାଇଥିବା ୩୨ଜଣ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ତେବେ ଏ ମାମଲାରେ ସାମିଲ ଥିବା ବିଜେପିର ବୟୋଜ୍ୟେଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନିର୍ଦ୍ଦୋଷ ଘୋଷଣା ହେବା ପରେ ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁଭେଚ୍ଛା ଜଣାଇବା ପାଇଁ ଆଡଭାନୀଙ୍କ ଘରେ ପହଞ୍ଚିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ ୩୨ଜଣ ଦୋଷୀଙ୍କୁ ନିର୍ଦ୍ଦୋଷ ଭାବେ ଖଲାସ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହ ବିଳମ୍ବରେ ହେଲେ ବି ନ୍ୟାୟର ଜିତ ହୋଇଥିବା କହିଛନ୍ତି ରାଜନାଥ। ଅବଶ୍ୟ ସେ ଟ୍ବିଟ୍ ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୧୯୯୨ ସେପ୍ଟେମ୍ବର ୬ର  ଏହି ଘଟଣା ପଛରେ କୌଣସି ଷଡଯନ୍ତ୍ର ନ ଥିବା କୋର୍ଟ କହିଛନ୍ତି। ଏହା ସହ ଘଟଣା ପୂର୍ବନିୟୋଜିତ ନୁହେଁ କହିଛନ୍ତି। ସିବିଆଇ ଯେଉଁ ଭିଡିଓ ଦାଖଲ କରିଥିଲା ତାହା ସିଲବନ୍ଦ ଲଫାପାରେ ଦାଖଲ କରି ନ ଥିଲେ। ସୂଚନାଯୋଗ୍ୟ ନିର୍ଦ୍ଦୋଷ  ଭାବେ ଖଲାସ ହୋଇଥିବା

୩୨ ଜଣ ହେଲେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ମହନ୍ତ ନୃତ୍ୟ ଗୋପାଳ ଦାସ, କଲ୍ୟାଣ ସିଂହ, ଉମା ଭାରତୀ, ବିନୟ କାଟିୟାର, ସାଧ୍ବୀ ଋନ୍ତଭରା, ରାମବିଳାସ ବେଦାନ୍ତି, ଧରମ ଦାସ, ସତୀଶ ପ୍ରଧାନ, ପବନ କୁମାର ପାଣ୍ଡେ, ବ୍ରଜ ଭୂଷଣ ସିଂହ, ଜୟ ଭଗବାନ ଗୋୟଲ, ମହାରାଜ ସ୍ବାମୀ ସାକ୍ଷୀ, ରାମଚନ୍ଦ୍ର କ୍ଷତ୍ରୀ, ଅମନ ନାଥ ଗୋୟଏ, ସନ୍ତୋଷ ଦୁବେ, ପ୍ରକାଶ ଶର୍ମା, ଜୟଭାନ ସିଂହ ପବେୟା, ବିନୟ କୁମାର ରାୟ, ଲଲ୍ଲୁ ସିଂହ, ଓମପ୍ରକାଶ ପାଣ୍ଡେ, କମଲେଶ ତ୍ରିପାଠୀ ଓରଫ ସତୀ ଦେବୀ, ଧର୍ମେନ୍ଦ୍ର ସିଂହ ଗୁଚର, ରାମଜୀ ଗୁପ୍ତା, ବିଜୟ ବାହାଦୂର ସିଂହ, ନବୀନ ଭାଇ ଶୁକ୍ଳା, ଆଚାର୍ଯ୍ୟ ଧର୍ମେନ୍ଦ୍ର ଦେବ, ସୁଧୀର କକ୍କଡ ଓ ରବୀନ୍ଦ୍ରନାଥ ଶ୍ରୀବାସ୍ତବ।

   Related Posts