ବିଜେପିର ଫୋକସ୍ ୨୦୨୪ : ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଜେପି ନଡ୍ଡାଙ୍କ ୫ ମନ୍ତ୍ର

Published By : Prameya-News7 Bureau | September 05, 2020 IST

ନୂଆଦିଲ୍ଲୀ ୦୫/୦୯ : ରାଜ୍ୟରେ ବିଜେପି କ୍ଷମତାକୁ ଆସିବାକୁ କାର୍ଯ୍ୟକର୍ତ୍ତାଙ୍କୁ ୫ ମନ୍ତ୍ର ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।  ଏହା ସହ ରାଜ୍ୟ ସରକାରଙ୍କ ପ୍ରତି କଡା ଆଭିମୁଖ୍ୟ ରଖିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଭର୍ଚୁଆଲ କାଯ୍ୟକାରିଣୀରେ ବିଜେପି  ଆକ୍ଷେପ କରିଛି କୋଭିଡ ପରିଚାଳନା ଠାରୁ ବନ୍ୟା ପରିଚାଳନା ସବୁଥିରେ ରାଜ୍ୟ ସରକାର ଫେଲ ମାରିଛନ୍ତି। ଏହା ସହିତ ଆବାସ ଯୋଜନା ଆଦି ପ୍ରସଙ୍ଗକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରିଛି । ଆସନ୍ତା ତିନି ମାସରେ ଦଳ ଏସବୁ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନେଇଛି ।

୨୦୨୪ ନିର୍ବାଚନରେ ରାଜ୍ୟରେ ସରକାର ଗଢିବ ବିଜେପି ।  ଏଭଳି ଆହ୍ବାନ ଦେଇ ବିଜେପି କର୍ମକର୍ତ୍ତାଙ୍କୁ ୫ ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟ ବିଜେପିର ପ୍ରଥମ ଭର୍ଚୁଆଲ କାଯ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ନିଜର ପ୍ରଭାବ ଏବଂ ଦକ୍ଷତା ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ୨୦୧୪ରେ ବିଜେପିକୁ  ୨୧%, ଏଥର ଲୋକସଭା ନିର୍ବାଚନରେ ବିଜେପିକୁ ରାଜ୍ୟରେ ୩୮% ଭୋଟ ମିଳିଥିଲା। ଆଗାମୀ ନିର୍ବାଚନରେ ଏହାକୁ ୫୦% ଉପରକୁ ନେବାକୁ ସଂକଳ୍ପ ନେବା ଲାଗି ସେ ଆହ୍ବାନ ଦେଇଥିଲେ । ସେହିପରି ଏହି କାର୍ଯକାରିଣୀକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ବୋଧନ କରିଥିଲେ ।

ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରିଛି ବିଜେପି । ରାଜ୍ୟ ସରକାରୀଙ୍କ ବିଭିନ୍ନ ପ୍ରସଙ୍ଗରେ ଆକ୍ଷେପ କରିଛି।  କୋଭିଡ୍ ପରିଚାଳନା ଓ ବନ୍ୟା  ପରିଚାଳନାରେ ରାଜ୍ୟ ସରକାର ବିଫଳ ହୋଇଥିବା କହିଛି । ସେହିପରି ପ୍ରବାସୀଙ୍କୁ କାମ ନମିଳିବା, ଆବାସ ଯୋଜନାରେ ଅନିୟମିତତା, ବଗଲା ଧର୍ମଶାଳା , ନାରୀ ନିର୍ଯାତନା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇବାକୁ ରୋଡ ମ୍ୟାପ ପ୍ରସ୍ତୁତ କରିଛି । ଏହା ସହ କେନ୍ଦ୍ର ସରକାରଙ୍କ ସଫଳତାକୁ ନେଇ ରାଜ୍ୟ କାଯ୍ୟକାରିଣୀରେ ଧନ୍ୟବାଦ ପ୍ରସ୍ତାବ ପାରିତ କରିଛି ଦଳ ।

ଭର୍ଚୁଆଲ କାର୍ଯ୍ୟକାରିଣୀରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ସୈଦାନ ସିଂହ ପ୍ରମ୍ମୁଖ ଉପସ୍ଥିତ ଥିବାବେଳେ ଭିଡିଓ କନଫରେନ୍ସ ଯୋଗେ ୩୦୦ ରୁ ଅଧିକ ସଦସ୍ୟ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.