ରାଜ୍ୟରେ ବଢୁଛି ବାଲି ମାଫିଆଙ୍କ ରାଜ, ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ ଜଣାଇଲା ବିଜେପି ପ୍ରତିନିଧି ଦଳ

Published By : Prameya-News7 Bureau | January 17, 2022 IST

ଭୁବନେଶ୍ୱର ୧୭ /୦୧: ରାଜ୍ୟରେ ବଢୁଛି ବାଲି ମାଫିଆଙ୍କ ରାଜ୍ । ପ୍ରତି ବର୍ଷ ରାଜ୍ୟ ହରାଉଛି ୧୪ ହଜାର କୋଟିର ରାଜସ୍ୱ । ବିପଦରେ ରାଜ୍ୟର ମୁଖ୍ୟ ୧୧ ନଦୀ । ଏହି ଅଭିଯୋଗ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ବିଜେପି ନଦୀ ସୁରକ୍ଷା ସମିତି ସଭାପତି ମହେଶ୍ଵର ସାହୁ ଏବଂ ବିଜେପି ନେତା ସଜ୍ଜନ ଶର୍ମାଙ୍କ ନେତୃତ୍ଵରେ ଆଜି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ଦଳ।

ରାଜ୍ୟପାଳଙ୍କ ହାସ୍ତକ୍ଷେପ ସହ ରାଜ୍ୟରେ ବାଲି ଚୋରିର ଏକ ସ୍ୱତନ୍ତ୍ର ତଦନ୍ତ ଦାବି । ମୁଖ୍ୟତଃ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୂବର୍ଣ୍ଣରେଖା, ଋଷିକୂଲ୍ୟା ନଦୀରେ ବଢିଛି ବାଲି ଚୋରା ଚାଲାଣ । ତେବେ ଏନଜିଟି ଏ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛି ବିଜେପି । ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ସଂପୃକ୍ତି ରହୁଥିବାରୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.