ପଶ୍ଚିମବଙ୍ଗରେ ବିଜେପିର ବିଧାନସଭା ପ୍ରାର୍ଥୀଙ୍କୁ ଗୋଇଠା ମାରି ବୁଦାକୁ ଫିଙ୍ଗିଲେ ଲୋକ- ତୃଣମୂଳ କଂଗ୍ରେସକୁ ଦୋଷ ଦେଲା ବିଜେପି,ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 25, 2019 IST

କୋଲକତା – ପଶ୍ଚିମବଙ୍ଗରେ ୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେଉଛି । ଏଥିପାଇଁ ଏବେ ବିଜେପି ଓ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା ହେଉଛି । କେତକ ସ୍ଥାନରେ ଦୁଇ ଦଳର ସମର୍ଥକ ମୁହାଁ ମୁହିଁ  ହୋଇଛନ୍ତି । 

wp:core-embed/twitter {"url":"https://twitter.com/ANI/status/1198869893220896769","type":"rich","providerNameSlug":"twitter","className":""}
https://twitter.com/ANI/status/1198869893220896769
/wp:core-embed/twitter

କରିମ ନଗରରେ ଅନୁଷ୍ଠିତ ହେଉଥିବା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ପ୍ରକାଶ ମଜୁମଦାରଙ୍କୁ କେତକ ଲୋକ ଧକ୍କା ମାରୁଥିବା ଭିଜୁଆଲ୍‌ ଭାଇରାଲ୍‌ ହୋଇଛି । ଏଥିରେ ଜଣେ ଯୁବକ ତାଙ୍କୁ ଗୋଇଠା ମାରି ବୁଦା ଭିତରକୁ ଫିଙ୍ଗି ଦେଉଥିବା ଦେଖିବାକୁ ମିଳୁଛି ।ଏହାପରେ ସେଠାରେ  ସୁରକ୍ଷାକର୍ମୀମାନେ ପହ଼ଞ୍ଚି ଭିଡକୁ ଘଉଡାଇବା ପରେ ଜୟ ପ୍ରକାଶଙ୍କୁ ସୁରକ୍ଷିତ ଭାବେ ତାଙ୍କ ଗାଡିରେ ବସାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.