Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ବାରାଣସୀ ଗଳିରୁ ଟିମ୍ ଇଣ୍ଡିଆ : ଏପରି ଥିଲା ସୂର୍ଯ୍ୟକୁମାର ଯାଦବଙ୍କ ସଫର୍, ଆଚ୍‌ରେକର ବି ହୋଇଯାଇଥିଲେ ଫ୍ୟାନ୍

21/02/2021 at 5:32 PM

ନୂଆଦିଲ୍ଲୀ ୨୧/୦୨ : ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ । ଟିମ୍‌ରେ ସାମିଲ ହେବା ପରେ ସୂର୍ଯ୍ୟକୁମାରଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପିଲାଦିନରୁ ହିଁ କ୍ରିକେଟ୍‌ ପ୍ରତି ଆକୃଷ୍ଟ ଥିଲେ ସୂର୍ଯ୍ୟକୁମାର ଯାଦବ । ତାଙ୍କର ପ୍ରତିଭାକୁ ଚିହ୍ନିଥିଲେ ଚାଚା ତଥା ପ୍ରଥମ ଗୁରୁ ବିନୋଦ ଯାଦବ । ବାରାଣସୀର ଗଳିରୁ କ୍ରିକେଟ୍‌ ମୈଦାନ ପର୍ଯ୍ୟନ୍ତ ଯାତ୍ରା ଚାଚା ବିନୋଦ ଯାଦବ ହିଁ ପୂରଣ କରିଥିଲେ ।

Suryakumar Yadav Uncle reaction in Varanasi

ଗାଜୀପୁରର ହଥୋଡା ଗାଁର ସୂର୍ଯ୍ୟକୁମାର ଯାଦବଙ୍କ ପିଲା ଦିନ ସିଗରାର ନାନକ ନଗର ସ୍ଥିତ ତାଙ୍କ ଚାଚାଙ୍କ ଘରେ ବିତିଥିଲା । ସୂର୍ଯ୍ୟଙ୍କ  ଚାଚା ବିନୋଦ କୁମାର କଲେଜ୍ ସ୍ତରର କ୍ରିକେଟ୍‌ ଖେଳାଳୀ ଥିଲେ । ସେ ହିଁ ପ୍ରଥମେ ସୂର୍ଯ୍ୟକୁମାରଙ୍କ ପ୍ରତିଭାକୁ ଚିହ୍ନିଥିଲେ ଏବଂ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଥିଲେ ।

 Suryakumar Yadav Uncle reaction in Varanasi

ସୂର୍ଯ୍ୟକୁମାର ଯାଦବ ପିଲାଦନରୁ, ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହଓ୍ବାଗଙ୍କୁ ନିଜର ଆଦର୍ଶ ଭାବନ୍ତି । ପିଲାଦିନାରୁ କ୍ରିକେଟ୍‌ ଖେଳିବାରେ ବିଚକ୍ଷଣ ସୂର୍ଯ୍ୟଙ୍କୁ, ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚରେକର ନେବାକୁ ଚାହୁଁଥିଲେ କିନ୍ତୁ ବାପା-ମାଙ୍କର ଗୋଟିଏ ପୋଲି ପୁଅ ହୋଇଥିବାରୁ ତାଙ୍କୁ ପରିବାର ଲୋକେ ଛାଡି ନଥିଲେ । ରମାକାନ୍ତ ଆଚରେକର କ୍ରିକେଟ୍‌ ଏକାଡେମୀରେ ​‌ସେ ପ୍ରାୟ ୧୦ ବର୍ଷ ଶିଖିଛନ୍ତି । ନିଜର ପରିଶ୍ରମ ଏବଂ କ୍ରିକେଟ ପ୍ରତି ଥିବା ଭଲ ପାଇବା ପାଇଁ ସେ ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ରେ ସ୍ଥାନ ପାଇଛନ୍ତି ବୋଲି କହିଛନ୍ତି ସୂର୍ଯ୍ୟକୁମାରଙ୍କ ସମ୍ପର୍କୀୟ ଭାଇ ଅଶ୍ବିନୀ ।

 Suryakumar Yadav Uncle reaction in Varanasi

   Related Posts