ଟାର୍ଗେଟରେ ସାମ୍ବାଦିକ... ଜଣଙ୍କୁ ହତ୍ୟା, ଅନ୍ୟ ଜଣଙ୍କୁ ଅପହରଣ

Published By : Prameya-News7 Bureau | July 22, 2020 IST

ନୂୃଆଦିଲ୍ଲୀ୨୨/୭: ଟାର୍ଗେଟରେ ସାମ୍ବାଦିକ । ଦୁଇ ସାମ୍ବାଦିକ, ଦୁଇ ଦେଶ ଦୁଇ ସିସିଟିଭି ଭିଡିଓ। ଭାରତରେ ସାମ୍ବାଦିକଙ୍କୁ ହତ୍ୟା, ପାକିସ୍ତାନରେ ସାମ୍ବାଦିକଙ୍କ ଅପହରଣ । ଦୁଇ ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ୟୁପି ଗାଜିଆବାଦର ଘଟଣା।  ସୋମବାର ରାତି ପ୍ରାୟ ସାଢ଼େ ୯ଟା ।  ଝିଅ ଉପସ୍ଥିତିରେ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ସାମ୍ବାଦିକ ହେଲେ ବିକ୍ରମ ଯୋଶୀ।  ତାଙ୍କ ଭାଣିଜୀକୁ ହଇରାଣ କିଛି ଦୁର୍ବୃତ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ସୋମବାବ ରାତିରେ ୮-୧୦ ଜଣ ତାଙ୍କ ବାଇକକୁ ଅଟକାଇ ତାଙ୍କୁ ଗୁଳି କରି୍ଥିଲେ। ଆଜି ସକାଳେ ସାମ୍ବାଦିକ ବିକ୍ରମ ଯୋଶୀଙ୍କର ମୃତ୍ୟୁ ହୋଇଯାଇଛି । ପରିବାର ଲୋକେ କମଲୁଦ୍ଦିନ ନାମକ ଜଣେ ଯୁବକଙ୍କୁ ଆକ୍ଷେପ କରୁଥିବା ବେଳେ ପୋଲିସ ରବି ଓ ଛୋଟୁ ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି।

ଘଟଣାକୁ ନେଇ ୟୁପି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଉତ୍ତର ପ୍ରଦେଶରେ ପୁଣି ଜଙ୍ଗଲ ରାଜ ଚାଲିଥିବା କହି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ସେପଟେ ଏହାର ଜବାବ ରଖିଛି ବିଜେପି।

ସେହିପରି ଆଉ ଏକ ଘଟଣା ପାକିସ୍ଥାନ ରାଜଧାନୀ ଇସଲାମବାଦରେ ଦେଖିବାକୁ ମିଳିଛି । ପାକିସ୍ତାନ ସରକାର ଓ ସେନାକୁ ତୀଖା ସମାଲୋଚନା କରୁଥିବା ସାମ୍ବାଦିକ ମାତଉଲ୍ଲା ଜାନ୍ ଙ୍କୁ କିଛି ଲୋକ ଅପହରଣ କରିନେଇଛନ୍ତି। ଏକ ସ୍କୁଲ ସାମା୍ନାରେ ଏହି ଘଟଣା ଘଟିଛି। ଯେତେବେଳେ କି ସିସିଟିଭି ଫୁଟେଜରେ ଦେଖାଯାଉଛି ମାତଉଲ୍ଲାଙ୍କୁ କିଛି ଲୋକ ଟଣାଓଟରା କରୁଛନ୍ତି । ଏହି ସମୟରେ ସେ ନିଜର ମୋବାଇଲ ଫୋପାଡ଼ି ଦେଉଛନ୍ତି ସ୍କୁଲ୍ କ୍ୟାମ୍ପସ ଭିତରକୁ । ଇମ୍ରାନ ସରକାର ଏବଂ ସେନାକୁ ସମାଲୋଚନା କରିବା ପାଇଁ ଟାର୍ଗେଟରେ ଥିଲେ ଏହି ସାମ୍ବାଦିକ। ଅପହରଣ ଘଟଣାକୁ ଦେଶର ସାମ୍ବାଦିକମାନେ ଏକ ସ୍ବରରେ ସମାଲୋଚନା କରିଛନ୍ତି । ଦକ୍ଷିଣ ଏସିଆ ସାମ୍ବାଦିକଙ୍କ ପାଇଁ ଅସୁରକ୍ଷିତ ଏଭଳି ଅଭିଯୋଗ ବାରମ୍ବାର ହୁଏ । କିନ୍ତୁ ଦୁଇ ଦେଶର ଦୁଇ ଘଟଣା ଏନେଇ ଭାବିବାକୁ ବାଧ୍ୟ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.