ରାଜଧାନୀରେ ୧୪୭ ସାମ୍ବାଦିକଙ୍କ ରାପିଡ୍‌ ଟେଷ୍ଟ୍‌

Published By : Prameya-News7 Bureau | April 21, 2020 IST

ଭୁବନେଶ୍ବର ୨୧।୦୪: ବିଏମ୍‌ସି ପକ୍ଷରୁ ସୋମବାର ସାମ୍ବାଦିକଙ୍କ କରୋନା ପରୀକ୍ଷା ପାଇଁ ସ୍ୱତନ୍ତ୍ର ପରୀକ୍ଷା ଶିବିର ଖୋଲିଥିଲା । ୟୁନିଟ୍‌-୧ ସରକାରୀ ବାଳିକା ହାଇସ୍କୁଲରେ ଏହି ପରୀକ୍ଷା କେନ୍ଦ୍ର ଖୋଲିଥିଲା । ଏଥିରେ ୧୪୭ଜଣ ସାମ୍ବାଦିକ ଆସି ନମୁନା ଦେଇଛନ୍ତି । ସେମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି । ତେବେ ଜଣେ ସାମ୍ବାଦିକଙ୍କ ନମୁନା ପଜିଟିଭ୍‌ ପରେ ସ୍ୱାବ୍‌ ପରୀକ୍ଷା ପାଇଁ ନମୁନା ପଠାଯାଇଛି ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ବା ବିଏମ୍‌ସି ପକ୍ଷରୁ କୌଣସି ସୂଚନା ଦିଆଯାଇନି ।

ସୂଚନା ମୁତାବିକ, ସୋମବାର ଦିନ ରେକର୍ଡ ସଂଖ୍ୟକ ରାପିଡ୍‌ ଟେଷ୍ଟ୍‌ ହୋଇଛି । ସକାଳ ଓ ଅପରାହ୍ନ ଦୁଇ ବେଳାରେ ମୋଟ ୨୪୯୬ଟି ନମୁନା ପରୀକ୍ଷା ହୋଇଛି । ଦକ୍ଷିଣ ପୂର୍ବ ଜୋନ୍‌ରେ ସର୍ବାଧିକ ୧୦୦୯ଟି ନମୁନା ପରୀକ୍ଷା ହୋଇଛି ।ଗତକାଲି ୧୨୦୯ଟି ନମୁନା ପରୀକ୍ଷା ହୋଇଥିଲା । ସେହିଭଳି ଗତ ୩ ଦିନରେ ୨୫୦୦ ପରୀକ୍ଷା ହୋଇଥିଲା । କିନ୍ତୁ ଆଜି ଗୋଟିଏ ଦିନରେ ପାଖାପାଖି ୨୫୦୦ ପରୀକ୍ଷା ହୋଇଛି । ୭ଦିନରେ ରାଜଧାନୀରେ ୫ହଜାର ରାପିଡ୍‌ ଟେଷ୍ଟ୍‌ ପାଇଁ ଯୋଜନା ଥିଲା । କିନ୍ତୁ ୪ଦିନରେ ବିଏମସି ପ୍ରାୟ ୫ହଜାର ନମୁନା ପରୀକ୍ଷା କରିବାରେ ସଫଳ ହୋଇଛି । ନମୁନା ପରୀକ୍ଷାରେ ଆଗରେ ରହିଛି ଦକ୍ଷିଣ ପୂର୍ବ ଜୋନ୍‌ । ଏହି ଜୋନ୍‌ରେ ଆଜି ୧୦୦୯ଟି ନମୁନା ପରୀକ୍ଷା ହୋଇଛି । ଜୋନ୍‌ରେ ମାରାଥନ୍‌ ରାପିଡ୍‌ ଟେଷ୍ଟ ପାଇଁ ମୋଟ ୧୩ଟି ଟିମ୍‌ ନିୟୋଜିତ ହୋଇଥିଲେ । ୟୁନିଟ୍‌-୧ ସରକାରୀ ବାଳିକା ହାଇସ୍କୁଲରେ ୩ଟି ଟିମ୍‌ ନିୟୋଜିତ ହୋଇଥିଲେ । ସେଠାରେ ସକାଳ ଓ ଅପରାହ୍ନ ଦୁଇ ବେଳା ମୋଟ ୩୫୧ ନମୁନା ପରୀକ୍ଷା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.