Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ପେଗାସସ୍ ବିବାଦ: ସ୍ୱତନ୍ତ୍ର ଯାଞ୍ଚ ଦାବିରେ ସୁପ୍ରିମକୋର୍ଟକୁ ଗଲେ ବରିଷ୍ଠ ସାମ୍ବାଦିକ

27/07/2021 at 6:31 PM

ନୂଆଦିଲ୍ଲୀ ୨୭।୭: ବରିଷ୍ଠ ସାମ୍ବାଦିକ ଏନ୍.ରାମ ଓ ଶଶି କୁମାର ମଙ୍ଗଳବାର ପେଗାସସ୍ ମାମଲାର ସ୍ୱତନ୍ତ୍ର ତଦନ୍ତ ଦାବିକରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସାମ୍ବାଦିକମାନେ ସେମାନଙ୍କ ପିଟିସନରେ ଇସ୍ରାଏଲୀ ପେଗାସସ୍ ସ୍ପାଇୱେର ଦ୍ୱାରା ବିଭିନ୍ନ ଲେଖକ, ରାଜନେତା ଓ କାର୍ଯ୍ୟକର୍ତ୍ତାଙ୍କ କଥିତ ଗୁଇନ୍ଦାଗିରି ସମ୍ପର୍କିତ ରିପୋର୍ଟର ଯାଞ୍ଚ ଲାଗି ସୁପ୍ରିମକୋର୍ଟଙ୍କ କାର୍ଯ୍ୟରତ ହୁଅନ୍ତୁ ଅଥବା ଅବସର ପ୍ରାପ୍ତ ଜଷ୍ଟିସଙ୍କ ସ୍ୱତନ୍ତ୍ର କମିଟି ଗଠନ ଲାଗି ନିବେଦନ କରିଛନ୍ତି।

ପେଗାସସ୍ କାଣ୍ଡ ଦେଶରେ ମୁକ୍ତ ଭାଷଣ ଓ ଅସହମତିର ଅଭିବ୍ୟକ୍ତି କଣ୍ଠରୋଧ ନିମନ୍ତେ କେନ୍ଦ୍ରୀୟ ଏଜେନ୍ସୀ ଓ ସଙ୍ଗଠନଙ୍କ ଦ୍ୱାରା ଏକ ସଙ୍ଗଠିତ ଉଦ୍ୟମ ଆଡକୁ ଇଙ୍ଗିତ କରୁଥିବା ପିଟିସନରେ ଦର୍ଶା ଯାଇଛି। ଆବେଦନ ଉପରେ ଖୁବ୍ ଶୀଘ୍ର କୋର୍ଟ ଶୁଣାଣି କରିବେ ବୋଲି ଆଶା କରାଯାଉଛି। ଇସ୍ରାଏଲୀ ସ୍ପାଇୱେର ପେଗାସସକୁ ପ୍ରତିଷ୍ଠିତ ଭାରତୀୟଙ୍କ ବିରୋଧରେ ଗୁଇନ୍ଦାଗିରି ଲାଗି ନିୟୋଜିତ କରାଯାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ଏହି ଆବେଦନ ହୋଇଥିବା ଜଣାପଡିଛି।

‘ଦି ୱେର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ  ପେଗାସସ୍‌ ଜରିଆରେ ପାଖାପାଖି ୪୦ ଜଣ ପ୍ରମୁଖ ସାମ୍ବାଦିକ, ୩ ପ୍ରମୁଖ ବିରୋଧୀ ଦଳ ନେତା, ଏକ ପ୍ରତିଷ୍ଠିତ ସାମ୍ବିଧାନିକ ଅନୁଷ୍ଠାନ, କେନ୍ଦ୍ର ସରକାରରେ ୨ ମନ୍ତ୍ରୀ, ବିଭିନ୍ନ ସୁରକ୍ଷା ସଂସ୍ଥାନଙ୍କ ବର୍ତ୍ତମାନ ଓ ପୂର୍ବତନ ମୁଖ୍ୟଙ୍କ ସମେତ ଅନେକ ବ୍ୟବସାୟୀଙ୍କ ଇଲେକ୍ଟ୍ରୋନିକ ଯୋଗାଯୋଗ ଯନ୍ତ୍ର ହ୍ୟାକ୍‌ କରି ସେମାନଙ୍କ ଉପରେ ଗୁଇନ୍ଦା ନଜର ରଖାଯାଇଥିଲା।

ୱେରର ଏହି ରିପୋର୍ଟ ୱାସିଂଟନ ପୋଷ୍ଟ, ଦି ଗାର୍ଡିଆନ ସମେତ ୧୬ଟି ଅନ୍ତର୍ଜାତୀୟ ପ୍ରକାଶନରେ ପ୍ରକାଶିତ ହୋଇଥିଲା।  ଆମନେଷ୍ଟି ଇଣ୍ଟରନ୍ୟାସନାଲର ଏକ ଗୋପନୀୟ ଯାଞ୍ଚରୁ ଏହା ଲିକ୍‌ ହୋଇଥିବା ବେଳେ ଆବେଦନକାରୀମାନେ ୧୪୨ରୁ ଅଧିକ ଭାରତୀୟଙ୍କ ଉପରେ ଏହି ସ୍ପାଇୱେର ମାଧ୍ୟମରେ ନଜର ରଖାଯାଇଥିବାର ଦାବି କରିଛନ୍ତି। ସୈନ୍ୟ ଗ୍ରେଡ ସ୍ପାଇୱେର ଦ୍ୱାରା ଏପରି ଗୁଇନ୍ଦାଗିରି ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର ଆଇନ ଧାରା ୧୪, ୧୯ ଓ ୨୧ର ଗ୍ରହଣୀୟ ଉଲ୍ଲଂଘନ  ବୋଲି ଅଭିଯୋଗ କରିଛନ୍ତି। ଯାହାକୁ ସାଇବର ଆତଙ୍କବାଦ ସମାନ ଅପରାଧ ବୋଲି ଅଭିହିତ କରିଛନ୍ତି।

   Related Posts