Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କରୋନା ସଂକ୍ରମିତ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସିନି ସୁଧାର, ଭେଣ୍ଟିଲେଟ୍‌ର ସପୋର୍ଟରେ ପତ୍ନୀ

29/05/2021 at 8:48 PM

ନୂଆଦିଲ୍ଲୀ ୨୯/୫: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିନାହିଁ। ସେ ଚଳିତମାସ କରୋନାରେ ସଂକ୍ରମିତ ହୋଇଥିଲେ। ସେପଟେ ତାଙ୍କ ପତ୍ନୀ ପଦ୍କାବତୀ ଦୁଆ (ଚିନ୍ନା ଦୁଆ)ଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ଖୋଦ ବିନୋଦ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ପତ୍ନୀ ବେହୋସ୍‌ ଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସେ ନିଜେ ଏବେ ଆଇସୋଲେସନ୍‌ରେ ରହିଛନ୍ତି।

ତାଙ୍କୁ ଏବେ ମଧ୍ୟ ଅକ୍ସିଜେନ୍‌ ସପୋର୍ଟ ଦରକାର ପଡୁଛି। ଦୁଇ ଜଣ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିନୋଦ ଦୁଆ କରୋନା ସଂକ୍ରମିତ ହେବା ନେଇ ୩ ମେ’ରେ ଖବର ମିଳିଥିଲା। ଏନେଇ ବିନୋଦଙ୍କ ଝିଅ ମଲ୍ଲିକା ଦୁଆ ସୋସିଆଲ୍‌ ମିଡିଆ ମାଧ୍ୟମରେ ଜଣାଇଥିଲେ। ମଲ୍ଲିକା ଇନଷ୍ଟାଗ୍ରାମରେ ଲେଖିଥିଲେ, ‘ଦୁର୍ଭାଗ୍ୟବଶତଃ ବାପା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କାଲି ଆମେ ମଧ୍ୟ ଟେଷ୍ଟ କରାଇବୁ । ଆପଣଙ୍କ ଭଲ ପାଇବା ଏବଂ ମେସେଜ ପାଇଁ ଧନ୍ୟବାଦ। ଆଶା କରୁଛି ସବୁ କିଛି ଠିକ୍‌ ହୋଇଯିବ। ଦୟାକରି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।’

 ଏହା ପରେ ମଲ୍ଲିକା ଦୁଆ ୯ ମେ’ ମାତୃ ଦିବସରେ ଜଣାଇଥିଲେ ତାଙ୍କ ମା ଚିନ୍ନା  ଦୁଆ ମଧ୍ୟ କରୋନା ସଂକ୍ରମିତ ଅଛନ୍ତି। ପରେ ଚିନ୍ନା ଦୁଆ ହୋମ ଆଇସୋଲେସନ୍‌ରେ ଥିଲେ। ପୁଣି ୧୩ ମେ’ରେ ତାଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ହେଉଥିବା ସୂଚନା ମିଳିଥିଲା। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୧୮ ମେ’ରେ ରିପୋର୍ଟ ଆସିଥିଲା କରୋନା ମହାମାରୀ ଯୋଗୁଁ ୩୦୦ରୁ ଅଧିକ ସାମ୍ବାଦିକ ପ୍ରାଣ ହରାଇଲେଣି। କରୋନାର ଦ୍ବିତୀୟ ଲହର ଦେଶ ସମେତ ମିଡଆ ଜଗତ ଉପରେ ଘାତକ ସାବ୍ୟସ୍ତ ହୋଇଛି।

   Related Posts