Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

କାଶ୍ମୀରର ମୃତ ସାମ୍ବାଦିକ ସୁଜାତ ବୁଖାରୀଙ୍କୁ ଅଶ୍ରୁଳ ବିଦାୟ ; ସିସିଟିଭି ଫୁଟେଜରେ ସନ୍ଦିଗ୍ଧଙ୍କ ଫଟୋ

15/06/2018 at 10:21 AM

ଅଜଣା ଆତତାୟୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ସାମ୍ବାଦିକ ସୁଜାତ ବୁଖାରୀଙ୍କୁ ଅନ୍ତିମ ବିଦାୟ ଦେବା ଲାଗି ହଜାର ହଜାର ଲୋକ ଏକାଠି ହୋଇଛନ୍ତି। ଘଟଣାକୁ ଗୃହମନ୍ତ୍ରୀ ରାଜନାଥ ସିଂହ, ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ନେତା କଡ଼ା ଭାଷାରେ ନିନ୍ଦା କରିଛନ୍ତି। କାଶ୍ମୀର ପୋଲିସ ପକ୍ଷରୁ ତିନି ସନ୍ଦିଗ୍ଧ ଆତତାୟୀଙ୍କ ଫଟୋ ଜାରି କରାଯାଇଛି।

ଜଣେ ସାମ୍ବାଦିକଙ୍କ ମୃତ୍ୟୁ। ଜଣେ ସାମ୍ବାଦିକଙ୍କୁ ଦିଆଯାଉଛି ଅନ୍ତିମ ବିଦାୟ। ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀଙ୍କ ଅନ୍ତିମ ବିଦାୟ ପାଇଁ ଆଜି ହଜାର ହଜାର ଲୋକ ଏକାଠି ହୋଇଥିଲେ। ଦେଶର ବିଭିନ୍ନ ଭାଗରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଏବଂ ହତ୍ୟା ଘଟଣା ଗୋଟାକ ପରେ ଗୋଟାଏ ନଜରକୁ ଆସୁଥିବା ବେଳେ ଏବେ କାଶ୍ମୀରର ସଦ୍ୟ ଘଟଣା ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଗୃହମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ କାଶ୍ମୀର ଗସ୍ତରେ ଅଛନ୍ତି ସେତିକିବେଳେ ଜଣେ ସାମ୍ବାଦିକଙ୍କୁ ଅତି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଘଟଣାକୁ ରାଜନାଥ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେହିପରି ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହିତ ସାମ୍ବାଦିକମାନେ ନିନ୍ଦା କରି ନ୍ୟାୟ ଦାବି କରିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାଯାଇଛି ସୁଜତଙ୍କୁ ହତ୍ୟା କରିବା ଲାଗି ଯେମିତି ଆତଙ୍କବାଦୀମାନେ ଅତି ଯୋଜନାବଦ୍ଧ ଭାବେ ତାଙ୍କ ଅଫିସ୍ ଆଗରେ ଛକି ରହିଥିଲେ । ୨୦୦୦ ମସିହାରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଆଉ ସେବେଠାରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିଲା। କିନ୍ତୁ ଆତତାୟୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ଦେଖନ୍ତୁ କାର୍ରେ ପଡ଼ି ରହିଛି ସୁଜତଙ୍କ ମୃତଦେହ। ଆଉ ତାଙ୍କର ଦୁଇ ସୁରକ୍ଷା କର୍ମୀଙ୍କୁ ମଧ୍ୟ ଆତତାୟୀମାନେ ଗୁଳି କରି ହତ୍ୟା କରିଛନ୍ତି। କିଏ ହୋଇପାରେ ସେହି ଦୁର୍ବୃତ୍ତ। ପୋଲିସ ତିନିଜଣଙ୍କ ଫଟୋଗ୍ରାଫା ଜାରି କରିଛି। ଦେଖନ୍ତୁ ବାଇକରେ ଆସୁଥିବା ଏହି ତିନିଜଣଙ୍କ କାର୍ଯ୍ୟକଳାପ ସନ୍ଦେହ ଜନକ ଲାଗୁଛି। ସିସିଟିଭି ଫୁଟେଜରୁ ଅତି ତରତର ହୋଇ ଏମାନେ ମୁହଁକୁ ଲୁଚାଇ ଖସି ଚାଲିଯିବାକୁ ଚେଷ୍ଟା କରୁଛନ୍ତି। ହାତରେ କିଛି ଲୁଚେଇ ଧରିଛନ୍ତି। ତେଣୁ ଏମାନଙ୍କ ବାବଦରେ ଅଧିକ ତଥ୍ୟ ଜନସାଧାରଣଙ୍କଠାରୁ ମଗାଯାଇଛି।

   Related Posts