Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମର୍ଣ୍ଣିଙ୍ଗ୍ ୱାକ୍‌ରେ ଯାଇଥିବା ସମୟରେ ବୀଚ୍ ବଜାରରେ ଦୈନିକ ଖବରକାଗଜ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୁତ୍ତ

29/09/2020 at 11:02 AM

ଗୋରଖପୁର ୨୯/୦୯ : ବିହାର ଗୋପାଳଗଞ୍ଜରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଖୋଲା ବୁଲୁଥିବା କିଛି ଅପରାଧୀ ଦୈନିକ ଖବରକାଗଜର ଜଣେ ସାମ୍ବାଦିକ ତଥା ସାମାଜିକ କର୍ମୀଙ୍କୁ ଗୁଳି କରିଛନ୍ତି । ସାମ୍ବାଦିକ ଜଣକ ହେଲେ ରାଜନ ପାଣ୍ଡେ । ଘଟଣା ମଝାଗଡ଼ ଥାନା ଅନ୍ତର୍ଗତ ପୁରୁଣା ବଜାରରେ ଘଟିଛି । ରାଜନ ପାଣ୍ଡେ ସକାଳୁ ମର୍ନିଙ୍ଗ ୱାର୍କ ପାଇଁ ଘରୁ ବାହାରିଥିଲେ । ସେତେବେଳେ ବୁଲେଟରେ ତିନି ଅପରାଧୀ ଆସି ରାଜନଙ୍କ ଉପରକୁ ଗୁଳି କରିଥିଲେ । ଅପରାଧୀମାନେ ସାମ୍ବାଦିକଙ୍କୁ ବୀଚ ବଜାରରେ ଗୁଳି କରିଛନ୍ତି । ଗୁଳି ଲାଗିବ ପରେ ରାଜନ ସେଠାରେ ପଡି ଯାଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଗୋପାଳଗଞ୍ଜ ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗମ୍ଭୀର ଅବସ୍ଥାରେ ତାଙ୍କୁ ଗୋରଖପୁର ସ୍ଥାନାନ୍ତର କରାଯାଇଛି ।

ଘଟଣା ସମ୍ପର୍କରେ ଏସପି ମନୋଜ କୁମାର ତିୱାରୀ କହିଛନ୍ତି ଯେ ସାମ୍ବାଦିକଙ୍କୁ ଗୁଳି କରିଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇଛି । ଅପରାଧୀଙ୍କୁ ଗିରଫ କରିବାକୁ ପୋଲିସ ଟିମକୁ ଦାୟିତ୍ୱ ଦିଆଯାଇଛି । ସମ୍ଭାବ୍ୟ ଠିକଣାରେ ପୋଲିସ ଚଢ଼ାଉ କରୁଛି । ତେବେ ଅପରାଧୀ ଗିରଫ ହେବା ପରେ କିମ୍ବା ରାଜନ ପାଣ୍ଡେଙ୍କ ବୟାନ ପରେ ଏହି ଆକ୍ରମଣର କାରଣ ଜଣାପଡିବ ବୋଲି ସେ କହିଛନ୍ତି । ସାମ୍ବାଦିକ ଜଣକ ୩ ଅପରାଧୀଙ୍କ ନାଁ ପୋଲିସକୁ କହିଛନ୍ତି । ରଣଜିତ ଯାଦବ, ରାଜକୁମାର ଶାହା, ନନ୍ହେ ଜୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ରାଜନ କହିଛନ୍ତି ।

   Related Posts