Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ

11/05/2021 at 1:42 PM

ଭୁବନେଶ୍ବରେ ୧୧/୦୫ : ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ରାଜ୍ୟର ଆଉ ଜଣେ ସାମ୍ବାଦିକ । ୨ଦିନ ପୂର୍ବରୁ କୋଭିଡ୍‌ ପିଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ବର ଏକ ଡାକ୍ତରଖାନାଙ୍କୁ ତାଙ୍କୁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସବ୍‌ନମ୍‌ ଭଏସ୍‌ ଅଫ୍‌ ସୋଆ କମ୍ୟୁନିଟି ୯୦.୪ ରେ ଆର୍‌ଜେ ଭାବରେ କାର୍ଯ୍ୟରତ ଥିଲେ । ଗତ କିଛିଦିନ ତଳେ ତାଙ୍କ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ କରୋନା ପଜିଟିଭ୍‌ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଉଥିଲା । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଦୂରଦର୍ଶନ ସମେତ ବିଭିନ୍ନ ଗଣମାଧ୍ୟମ ଏବଂ ରେଡିଓ କାର୍ଯ୍ୟ କରି ଓଡ଼ିଶାରେ ପରିଚିତ ଥିଲେ ।

SOA Community ରେଡ଼ିଓରେ ତାଙ୍କ କାର୍ଯ୍ୟକ୍ରମ ଥିଲା ଅନନ୍ୟ । ବାଲ୍ୟ ବିବାହ ଭଳି ଅନେକ କୁସଂସ୍କାର ପ୍ରଥା ସମ୍ବନ୍ଧରେ ସେ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଦୂରଦର୍ଶନର ଅନେକ ସମାଜ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସହ ଭୁବନେଶ୍ୱରର ବସ୍ତି ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସେ ଉଦ୍ୟମ କରିଥିଲେ । ତାଙ୍କ ଭଳି ସମାଜ ସଂସ୍କାରକ ତଥା କାର୍ଯ୍ୟରତ ଯୁବ ମହିଳା ସାମ୍ବାଦିକ ଅତି ବିରଳ । ତାଙ୍କ ପରଲୋକରେ ସୋଆ, ନ୍ୟୁଜ୍‌ ସେଭେନ ଓ ପ୍ରମେୟ ପରିବାର ପକ୍ଷରୁ ଅଶ୍ରୁପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

   Related Posts