କରୋନାରେ ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ପରଲୋକ

Published By : Prameya-News7 Bureau | November 05, 2020 IST

ଭୁବନେଶ୍ବର ୫।୧୧: କରୋନା ଯୁଦ୍ଧରେ ହାରିଗଲେ ଓଡିଶାର ଯୁବ ସାମ୍ବାଦିକ । କରୋନା ସହ ଲଢେଇ କରି ଶେଷରେ ଜୀବନ ହାରିଲେ ଆଉ ଜଣେ ସାମ୍ବାଦିକ । ଘରୋଇ ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍ ୧୮ ଓଡିଆର ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ।

କରୋନାରେ ଆକ୍ରାନ୍ତ ହୋଇଥିଲେ ପ୍ରବୀର ପ୍ରଧାନ । ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରବୀରଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.