Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

‘ଘରେ ସମସ୍ତଙ୍କୁ କରୋନା, ଗଲାଣି ଦୁଇ ଜୀବନ…ଶବ ଉଠାଇବାକୁ ଆସିଲେନି କେହି’…ସାମ୍ବାଦିକଙ୍କ ଭିଡିଓ ଭାଇରଲ୍‌

10/06/2020 at 11:48 AM

ନୂଆଦିଲ୍ଲୀ ୧୦।୦୬ : ମନୁଷ୍ୟ ପରିସ୍ଥିତିର ଦାସ । ଏହି ପଙକ୍ତି ଅନେକ ଦାର୍ଶନିକଙ୍କ ମୁହଁରୁ ଶୁଣିବାକୁ ମିଳେ । କିନ୍ତୁ ଯେତେବେଳେ ନିଜ ସହ ଏଭଳି କିଛି ବିତେ ସେତେବେଳେ ମନୋବଳ ଭାଙ୍ଗିଯାଏ । ହୃଦୟ ଫାଟିଯାଏ । ବୁଦ୍ଧିବାଟ ଦେଖାଯାଏ ନାହିଁ । କରୋନା ଭୂତାଣୁ ବା କୋଭିଡ୍‌-୧୯ ଏଭଳି ଅନେକ ପରିବାରରେ କୋହ ଭରିଦେଇଛି । ଲକ୍ଷ ଲକ୍ଷ ପରିବାରରେ ଶୋକର ଛାୟା । ଭାରତର ରାଜଧାନୀ ଦିଲ୍ଲୀରେ ଏବେ କରୋନା ତାଣ୍ଡବଲୀଳା କରୁଛି । ଗୋଟିଏ ଗୋଟିଏ ପରିବାର ଧ୍ୱଂସ ହୋଇଯାଉଛି । ଅଜୟ ଝା ନାମକ ଜଣେ ସାମ୍ବାଦିକଙ୍କ ପୁରା ପରିବାର କରୋନା ଆକ୍ରାନ୍ତ । ଗତ ୧୦ ଦିନରେ ତାଙ୍କର ଦୁଇ ଜଣ ସମ୍ପର୍କୀୟଙ୍କ କରୋନାରେ ମୃତ୍ୟୁ ଘଟିଛି । ସୋସିଆଲ ମିଡିଆରେ ସାମ୍ବାଦିକ ଜଣକ ଅତି କୋହଭରା ଭିଡିଓ ସେୟାର କରିଛନ୍ତି । ତାଙ୍କର ଏହି ଭିଡିଓକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବି ସେୟାର କରିଛନ୍ତି ଏବଂ ସହାୟତାର ହାତ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ନିଜ ଭିଡ଼ିଓରେ ଅଜୟ ଝା କହିଛନ୍ତି ଯେ, ମୋ ଘରେ ସମସ୍ତେ କରୋନା ପଜିଟିଭ୍‌ । ଗତ ୧୦ ଦିନରେ ଦୁଇ ଜଣଙ୍କ ଶବ ଉଠିଲାଣି । ପ୍ରଥମେ ଶ୍ୱଶୁର ଏବଂ ଏହାର ଦୁଇ ଦିନ ପରେ ଶାଶୁ ଶେଷ ନିଃଶ୍ୱାସ ତ୍ୟାଗ କଲେ । ଅତି କଷ୍ଟରେ ଜୀବନ ବିତୁଛି । ଶାଶୁ ଶ୍ୱଶୁରଙ୍କ ମୃତଦେହ ପଡି ରହିଲା, କେହି ଉଠାଇଲେନି । ଆମ୍ବୁଲାନ୍ସ ଆସି ଫେରିଗଲା । ସମସ୍ତେ ପରସ୍ପର ଉପରେ ଦାୟିତ୍ୱ ଫୋପାଡୁଛନ୍ତି । ଅରବିନ୍ଦ କେଜରିୱାଲ ସରକାର ଦାବି କରୁଛି ଯେ ସବୁକିଛି ସୁବିଧା ଅଛି କିନ୍ତୁ ସତ କଥା ହେଉଛି କିଛି ନାହିଁ । ଲୋକଙ୍କୁ କେବଳ ଭଗବାନ ଭରସା ବୋଲି କହିଛନ୍ତି ଅଜୟ । ସେ ଆହୁରି କହିଛନ୍ତି ଯେ, ତାଙ୍କ ପରିବାର ଅତି କଷ୍ଟରେ ଅଛି । ତାଙ୍କର ଦୁଇ ଦୁଇଟି ଛୋଟ ଛୁଆ ଅଛନ୍ତି, ଯେଉଁମାନଙ୍କ ଆଖିରେ ଲୁହ ଝରୁଛି । ମା’ ବାପାଙ୍କୁ ହରାଇ ପତ୍ନୀ ଭାଙ୍ଗି ପଡିଛି । ସାହସ ଜୁଟାଇଲେ ବି ଜୁଟାଇ ପାରୁନାହିଁ । ସରକାରଙ୍କଠାରୁ ସାହାଯ୍ୟ ଲୋଡୁଛି । ଏହି ଭିଡିଓ ଶୁଣି ସାହାଯ୍ୟର ହାତ ଆସିବ ବୋଲି ଆଶା ରଖିଛନ୍ତି ଅଜୟ ।

   Related Posts