ହାଭାର୍ଡରେ ପ୍ରଫେସର: ଠକେଇର ଶିକାର ପରେ ଦିଲ୍ଲୀ ସାଇବର ସେଲ୍‌ରେ ଅଭିଯୋଗ କଲେ ନିଧି ରାଜଦାନ

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯।୦୧: ଦିଲ୍ଲୀ ପୋଲିସର ସାଇବର ସେଲ୍ ବରିଷ୍ଠ ସାମ୍ବାଦିକା ନିଧି ରାଜଦାନଙ୍କ ଅଭିଯୋଗର ତଦନ୍ତ କରିବ। ରାଜଦାନ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ହାଭାର୍ଡ ବିଶ୍ଵ ବିଦ୍ୟାଳୟରେ ଆସୋସିଏଟ ପ୍ରଫେସର ପଦରେ ନିଯୁକ୍ତ ଦେବା ନେଇ ମିଥ୍ୟା ପ୍ରସ୍ତାବ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।

ନିଧି ରାଜଦାନ ସୋମବାର ଦିଲ୍ଲୀ ପୁଲିସରେ ଏତଲା ଦାୟର କରିଛନ୍ତି। ଏହା ପୂର୍ବରୁ ସେ ଜାମ୍ମୁ-କାଶ୍ମୀର ପୋଲିସ ନିକଟରେ ଏହି ପରି ଅଭିଯୋଗ ଜାନୁଆରୀ ୧୬ରେ କରିଥିଲେ। ସେହି ସମୟରେ ସେ ଶ୍ରୀନଗରରେ ଥିଲେ।

ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ରୁଜୁ ହୋଇଥିବା ଅଭିଯୋଗ ଆଧାରରେ ଯାଞ୍ଚ କରାଯିବ। କଥିତ ସ୍କାମରେ ସାମିଲ ଲୋକଙ୍କ ସହିତ ଇ-ମେଲ୍‌ରେ ହୋଇଥିବା ବାର୍ତ୍ତାଳପ ଏବଂ ମାମଲା ସମ୍ବନ୍ଧିତ ଅନ୍ୟ ଦସ୍ତାବିଜ ମଧ୍ୟ ଅଭିଯୋଗରେ ଯୋଡା ଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ ରାଜଦାନଙ୍କୁ ୨୦୧୯ ଡିସେମ୍ବରରେ ଏକ ଇ-ମେଲ୍ ଆସିଥିଲା। ସେଥିରେ ହାଭାର୍ଡ ବିଶ୍ଵ ବିଦ୍ୟାଳୟରେ ସହାୟକ ପ୍ରଫେସର ପଦ ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହା ପରେ ଗତ ବର୍ଷ ଜୁନ ମାସରେ ସେ ଏନଡିଟିଭିର କାର୍ଯ୍ୟକାରୀ ସଂପାଦକ ପଦରୁ ଇସ୍ତଫା ଦେଇଥିଲେ।

ଓକିଲ କହିଛନ୍ତି ଗତ ସପ୍ତାହରେ ସେ ଜାଣିବାକୁ ପାଇଲେ ଯେ ଏକ ବର୍ଷ ଧରି ତାଙ୍କ ପାଖକୁ ଆସିଥିବା ଅନେକ ଇ-ମେଲ ଓ ନକଲି ଦସ୍ତାବିଜ ଏକ ବଡ ସ୍କାମର ଅଂଶ ଥିଲା। ଯଦ୍ଵାରା ଏମିତି କରି ତାଙ୍କ ସମ୍ମାନହାନୀ କରାଯାଇ ପାରିବ।

ନିଧି ରାଜଦାନ ସାଇବର ଅପରାଧ ପ୍ରକୋଷ୍ଠକୁ ଅପିଲ୍ କରିଛନ୍ତି ଯେ ଅଭିଯୁକ୍ତଙ୍କ ସନ୍ଧାନ ପାଇଁ ବିସ୍ତୃତ ଯାଞ୍ଚ କରାଯାଉ ଏବଂ ଏଥିରେ ଏଫଆଇଆର ରୁଜୁ କରାଯାଉ। ଓକିଲଙ୍କ ଅନୁଯାୟୀ, ତାଙ୍କୁ ହାଭାର୍ଡ ବିଶ୍ଵ ବିଦ୍ୟାଳୟରୁ ମଧ୍ୟ କୁହାଯାଇଛି ଯେ ଅପରାଧର ଯାଞ୍ଚ ପାଇଁ ଏଫବିଆଇ କିମ୍ବା ଅନ୍ୟ ସମ୍ଵନ୍ଧିତ ଏଜେନ୍ସି ନିକଟରେ ଅଭିଯୋଗ କରାଯାଉ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.