ସତ ଲେଖି ସାମ୍ବାଦିକା ଜେଲ୍‌ରେ : ଉହାନରେ କୋଭିଡ ସ୍ଥିତିର ସୂଚନା ଦେଇଥିବା ମହିଳା ସାମ୍ବାଦିକଙ୍କୁ ଜେଲ୍‌ରେ ପୂରାଇଛି ଚୀନ

Published By : Prameya-News7 Bureau | November 19, 2020 IST

ବେଜିଂ ୧୯/୧୧: ହୁଓ୍ବେଇର ଉହାନ ସହରରେ କରୋନା ଭାଇରସ୍ ମହାମାରୀ ଉପରେ ରିପୋର୍ଟିଂ କରୁଥିବା ଜଣେ ମହିଳା ସାମ୍ବାଦିକାଙ୍କୁ ଚୀନ ଦୀର୍ଘ ମାସ ହେବ ଜେଲରେ ବନ୍ଦ କରି ରଖିଛି। ମହିଳା ସାମ୍ବାଦିକାଙ୍କୁ ୫ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ। କାରଣ ତାଙ୍କ ବିରୋଧରେ କରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରଚାର କରିବାର ଅପରାଧ ସାବ୍ୟସ୍ତ ହୋଇଛି ଏବଂ ୪ରୁ ୫ବର୍ଷର ଜେଲ୍ ଦଣ୍ଡର ସୁପାରିଶ କରାଯାଇଛି।

୩୭ବର୍ଷୀୟ ମହିଳା ସାମ୍ବାଦିକ ଝାଙ୍ଗ ଝାନଙ୍କୁ ମେ ମାସରେ କରୋନା ମହାମାରୀ ଉପରେ ଷ୍ଟୋରି କଭର କରିବା ସମୟରେ ସେଠାକାର ସ୍ଥାନୀୟ ପୋଲିସ୍ ଗିରଫ କରିଥିଲା। ଏହା ପରେ ତାଙ୍କୁ ଶାଙ୍ଘାଇ ନିଆଯାଇଥିଲା। କରୋନାର ସର୍ବପ୍ରଥମ ମାମଲା ଏହି ଉହାନ ସହରରୁ ଆସିଥିଲା। ଚଳିତ ସପ୍ତାହ ଜାରି କରାଯାଇଥିବା ଅଭିଯୋଗ ପତ୍ର ଅନୁସାରେ, ଝାଙ୍ଗ ଝଗଡ଼ା କରିଥିଲେ ଏବଂ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଥିଲେ। ଏହା ବ୍ୟତୀତ ମହାମାରୀକୁ ନେଇ ମନଗଢ଼ା ଖବର ପ୍ରଚାର କରିବାର ଅଭିଯୋଗ ରହିଛି। ଏହି ଅଭିଯୋଗ ଚୀନରେ କର୍ମଚାରୀ ଏବଂ ସାମ୍ବାଦିକଙ୍କ ବିରୋଧରେ ଅଧିକାଂଶ ସମୟରେ ଲଗାଯାଇଥାଏ ଏବଂ ଏହି କାରଣରୁ ସେମାନଙ୍କୁ ଜେଲ୍ ପଠାଯାଇଥାଏ।

ସାମ୍ବାଦିକ ଝାଙ୍ଗ କରୋନା ମହାମାରୀର ରିପୋର୍ଟ କରିବା ପାଇଁ ଫେବୃୟାରୀ ଆରମ୍ଭରେ ଶାଙ୍ଘାଇରୁ ଉହାନ ଯାତ୍ରା କରିଥିଲେ। ଚାଇନିଜ ହ୍ୟୁମାନ ରାଇଟସ୍ ଡିଫେଣ୍ଡର୍ସ କହିଛି ଯେ ମହିଳା ସାମ୍ବାଦିକ ଝାଙ୍ଗ ଫେବୃୟାରୀରେ ଉହାନ ଯାଇଥିଲେ। ଏହି ସମୟରେ ସେ କେବଳ କରୋନା ଭାଇରସ ମହାମାରୀକୁ ନେଇ କେତେକ ରିପୋର୍ଟ କରିଥିଲେ,ବରଂ ସ୍ବତନ୍ତ୍ର ସାମ୍ବାଦିକଙ୍କୁ ହେପାଜତରେ ରଖାଯିବା ଘଟଣାକୁ ନେଇ ମଧ୍ୟ ଷ୍ଟୋରୀ କରିଥିଲେ। ଏହା ବ୍ୟତୀତ,ସେହି ପୀଡ଼ିତ ପରିବାରର ଚୀନି ଶୋଷଣକୁ ନେଇ ମଧ୍ୟ ରିପୋର୍ଟ କରିଥିଲେ। ସେମାନେ ନିଜ ପରିବାରକୁ ହରାଇବା ପରେ ଓ୍ବିଚ୍ୟାଟ୍,ଟ୍ବିଟର ଏବଂ ୟୁଟ୍ୟୁବ୍ ମାଧ୍ୟମରେ ପ୍ରଶାସନଠୁ ଜବାବ ମାଗୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.