Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଦାଦାବଟି ମାଗିବା ଅଭିଯୋଗରେ ସାମ୍ବାଦିକ ଗିରଫ, ଗୁଗୁଲ ପେ ମାଧ୍ୟମରେ ନେଉଥିଲେ ଟଙ୍କା

26/10/2020 at 2:53 PM

ଭୁବନେଶ୍ୱର ୨୬।୧୦: ଦାଦାବଟି ମାଗିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୬ଜଣ ସାମ୍ବାଦିକ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ, କାର୍‌ ଓ ମୋବାଇଲ ଜବତ ହୋଇଛି ।

ଖବର ଅନୁଯାୟୀ, ୭ ଜଣ ସାମ୍ବାଦିକଙ୍କ ନାଁରେ ଦାଦାବଟି ମାଗିଥିବା ଆଭିଯୋଗକୁ ଭିତ୍ତି କରି, ତମାଣ୍ଡୋ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏକ ଘିଅ କମ୍ପାନୀ ମାଲିକଙ୍କ ସଂସ୍ଥାରେ ରେଡ କରିବାର ଭୟ ଦେଖାଇ ଏମାନେ ୩ ଲକ୍ଷ ଟଙ୍କା ଦାବି କରିଥିଲେ ।

ପ୍ରଥମ କିସ୍ତିରେ ୯୯ହଜାର ଓ ପରେ ୩୧ ହଜାର ଟଙ୍କା ନେଇଥିଲେ । ଏମାନେ ସମସ୍ତେ ନିଜକୁ ସାମ୍ବାଦିକ କହି, ୱେବ ଚ୍ୟାନେଲର ବୁମ ଦେଖାଇ ଟଙ୍କା ନେଇଥିଲେ । ବିନା ରେଜିଷ୍ଟ୍ରସନରେ ମାଳ ମାଳ ୱେବ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏମାନେ ପୂର୍ବରୁ ମଧ୍ୟ୍ୟ ଏହିଭଳି କରିଥିବା ନଜୀର ରହିଛି । ଏମାନେ ଯଦି କାହାକୁ ଧମକ ଦେଉଛନ୍ତି କିମ୍ବା ଦେଇଛନ୍ତି ସେମାନେ ନିକଟସ୍ଥ ଥାନାରେ ରିପୋର୍ଟ ଦେଇପାରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।  

   Related Posts