Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗଣମାଧ୍ୟମ ପରାମର୍ଶଦାତା ପ୍ରଦାନ କଲେ ସହାୟତା

22/11/2019 at 4:46 PM

ଭୁବନେଶ୍ବର ୨୨।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ପାଇଁ ସ୍ବତନ୍ତ୍ର ସହାୟତା ପ୍ରଦାନ କରୁଛନ୍ତି । ଏହି କ୍ରମରେ ଆଜି ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନୀ ପ୍ରତ୍ୟାରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ) ମାନସ ମଙ୍ଗରାଜ ଆଜି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।

ଦୈନିକ ଖବରକାଗଜ ‘ପ୍ରମେୟ’ର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡା କିଡନୀ ରୋଗରେ ପୀଡିତ ଥିଲେ । ତାଙ୍କର ଦୁଇଟି ଯାକ କିଡନୀ ଅକାମୀ ହୋଇଯାଇଛି । ତାଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡନୀ ପ୍ରଦାନ କରିବାକୁ ସହମତି ଦେଇଛନ୍ତି। ତେବେ ପ୍ରତ୍ୟାରୋପଣ ପାଇଁ ୯ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।

ତେଣୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ଶ୍ରୀ ମଙ୍ଗରାଜ ପ୍ରାରମ୍ଭିକ ସହାୟତା ଅର୍ଥ ପ୍ରଦାନ କରିଛନ୍ତି । ଜଣେ ସାମ୍ବାଦିକ ଭାବେ ମାନସଙ୍କର ସାମ୍ବାଦିକଙ୍କ ପ୍ରତି ରହିଥିବା ସହୃଦୟତାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ସହାୟତା ପାଇଥିବା ସାମ୍ବାଦିକ ଆଦିତ୍ୟ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।

   Related Posts