Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା ଭୟରେ ପାଖ ମାଡ଼ିଲେନି ବନ୍ଧୁ ପରିଜନ, ଅସହାୟ ଶବକୁ କାନ୍ଧ ଦେଲେ କାର୍ଯ୍ୟରତ ସାମ୍ୱାଦିକ

9/05/2021 at 4:02 PM

ବାଲିପାଟଣା, ୦୯/୦୫: ଦିର୍ଘ ସମୟ ପର୍ଯ୍ୟନ୍ତ ଜଣେ ବୃଦ୍ଧାଙ୍କର ଶବ ପଡି ରହିଲା । କରୋନା ମହାମାରୀ ସନ୍ଦହରେ କେହି ବି କାନ୍ଧ ଦେବାକୁ ଆସିଲେ ନାହିଁ  । ଏଭଳି ସମୟରେ ବାଲିଅନ୍ତାର ସାମ୍ବାଦିକ ମାନେ ସାମ୍ନାକୁ ଆସି ବୃଦ୍ଧାଙ୍କୁ କାନ୍ଧ ଦେବା ସହ ଶବ ସତ୍କାର କରିଛନ୍ତି । କରୋନା ଯୋଦ୍ଧାର ପ୍ରକୃତ ପରିଚୟ ଦେଇଛନ୍ତି । ଯାହାକୁ ନେଇ ସମଗ୍ର ଅଂଚଳର ବୁଦ୍ଧି ଯିବିମାନେ ସାମ୍ବାଦିକ ମାନଙ୍କୁ ପ୍ରଶାଂସା କରିଛନ୍ତି ।

ବାଳକାଟି ରଙ୍ଗଣୀସାହି ଗ୍ରାମର ଶତାୟୁ ବୃଦ୍ଧା ତଅପୋଇ ବେହେରାଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ମୃତ୍ୟୁ ଘଟିଥିଲା  । ତେବେ ବିଡ଼ମ୍ବନା କରୋନା ସଂକ୍ରମଣ ଆତଙ୍କରେ ଭୟଭୀତ ହୋଇ ଶବକୁ ବନ୍ଧୁ, ପରିଜନ, ଜ୍ଞାତି କୁଟୁମ୍ବ କେହି ବି  କାନ୍ଧ ଦେଇନଥିଲେ । ବୃଦ୍ଧାଙ୍କର ନାତି କରୋନାରେ ସଂକ୍ରମିତ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିଲା ।

ଶନିବାର ରାତ୍ରିରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ପ୍ରାୟ ୧୧ ଟା ପର୍ଯ୍ୟନ୍ତ ମୃତ ଦେହ ପଡ଼ି ରହିଥିଲା । ଏଭଳି ସ୍ଥିତିରେ ଶ୍ରୀ ଜୟଦେବ ଫ୍ରେସ୍ ୟୁନିଅନ ଏବଂ ଜୟଦେବ ଯୁବ ସାମ୍ବାଦିକ ସଂଘର କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନେ ପ୍ରକୃତ କରୋନା ଯୋଦ୍ଧାର ପରିଚୟ ଦେଇ  ଅସହାୟ ମହିଳା ତଅପୋଇଙ୍କ ମୃତଦେହକୁ କୋକେଇରେ ବାନ୍ଧି ଗାଁ ରାସ୍ତା ଦେଇ ଦୀର୍ଘ ୨ କିଲୋମିଟର ବୋହିନେଇ ତାଙ୍କର ଅନ୍ତିମ ସଂସ୍କାର ତୁଲାଇଛନ୍ତି । ଶବକୁ ବୋହି ନେବାଠାରୁ ଆରମ୍ଭ କରି ଜୁଇରେ ଅଗ୍ନି ସଂଯୋଗ କରିବା ପଯ୍ୟନ୍ତ ସମସ୍ତ ଦାୟିତ୍ବ ସମ୍ପାଦନ କରିଥିଲେ ।

ଏହି ଶବ ସଂସ୍କାର କାର୍ଯ୍ୟରେ ୟୁନିଅନର ସଭାପତି ନିରଂଜନ ସେନାପତିଙ୍କ ସହିତ, ବଟକୃଷ୍ଣ ମହାପାତ୍ର,  ଗଗନ ଭୋଇ , ପିତବାସ ଦାସ, ଜିତେନ୍ଦ୍ର କୁମାର ବେଉରା, ଆଶୁତୋଷ ଚୌଧୁରୀ, ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ପ୍ରକୃତି ବନ୍ଧୁ ଦିନବନ୍ଧୁ ଭୋଇ, ପ୍ରତାପ ଶାସନ ସରପଞ୍ଚ ଭାଗ୍ୟଧର ନନ୍ଦି ପ୍ରମୁଖ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ ‌। ଏହି ମହତ୍ତ୍ଵ କାର୍ଯ୍ୟରେ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ସମେତ ବାଳକାଟୀ ଫାଣ୍ଡିର ୩ ଜଣ ପୋଲିସ ବନ୍ଧୁ ମଧ୍ୟ ସହଯୋଗ କରିଥିଲେ । ଜୟଦେବ ନିର୍ବାଚନ ମଣ୍ଡଳୀର‌ ସାମ୍ବାଦିକ ବନ୍ଧୁ ମାନଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

   Related Posts