Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ମିଳିବ ୪ ଲକ୍ଷ ଟଙ୍କା;ସରକାରଙ୍କ ଅନୁକମ୍ପାମୂଳକ ସହାୟତା ଘୋଷଣା

7/06/2018 at 9:52 AM

ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ମିଳିବ ୪ ଲକ୍ଷ ଟଙ୍କା । ଦୁର୍ଘଟଣାରେ ଅକ୍ଷମ ହେଲେ ମିଳିବ ୨ ଲକ୍ଷ ଟଙ୍କା । ଆଜି ସରକାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ପୂର୍ବରୁ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଘୋଷଣା କରିଥିଲେ ରାଜ୍ୟ ସରକାର । ୨ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲେ ସ୍ବାସ୍ଥ୍ୟଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଅନୁମତି କ୍ରମେ ଅଧିକ ସହାୟତାର ବ୍.ବସ୍ଥା କରାଯିବ । ଏହା ଛଡା ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ । ଋଣ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହ ଛାଡ ପରିମାଣ ପ୍ରତିବର୍ଷ ପ୍ରଦାନ କରାଯିବ । ସେହିପରି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ ଏବଂ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ କରିଛନ୍ତି ରାଜ୍ୟ ସରକାର । ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପିଲାଙ୍କ ଲାଗି ମଧ୍ୟ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଦଶମ ଶ୍ରେଣୀ ଯାଏ ପ୍ରତି ମାସରେ ମିଳିବ ୧୫ଶହ ଟଙ୍କା ଏବଂ ଉଚ୍ଚଶିକ୍ଷା ପାଇଁ ପ୍ରତି ମାସରେ ମିଳିବ ୨୫ଶହ ଟଙ୍କା । କାର୍ଯ୍ୟରତ ସାମ୍ବାଦିକଙ୍କ ଦକ୍ଷତା ବୃଦ୍ଧି ପାଇଁ କ୍ରାସକୋର୍ସ କଲେ ୧୦ ହଜାର ଟଙ୍କା ମିଳିବ ବୋଲି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା । ୨୦୧୮ ଜୁନ୍ ପହିଲାଠୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୩ହଜାର ୨୩୩ ଜଣ ସାମ୍ବାଦିକ ଅନ୍ତର୍ଭୁକ୍ତ ଅଛନ୍ତି ।

Leave a Reply

   Related Posts