ସୋସିଆଲ ମିଡିଆରେ ସୋର ଆଇଆଇସିଙ୍କ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର: ତଦନ୍ତ ପାଇଁ ଆଇଜିଙ୍କ ନିର୍ଦେଶ
3/02/2020 at 9:41 AM

ସୋର ୩/୨: ସୋସିଆଲ ମିଡିଆରେ ସୋର ଆଇଆଇସିଙ୍କ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ତଦନ୍ତ ପାଇଁ ଆଇଜି ବାଲେଶ୍ବର ଏସିପିଙ୍କୁ ନିର୍ଦେଶ ଦେଇଛନ୍ତି। ଖଣ୍ଡପଡା ଥାନା ଦୋଳପୁର ଗ୍ରାମର ରୁଚି କରନ ମହାପାତ୍ର ନାମକ ଯୁବକ ଯିଏକି ସ୍ଥାନୀୟ ଅଞ୍ଚଳରେ ଏକ ଖବର କାଗଜରେ ସାମ୍ବାଦିକତା କରନ୍ତି। ନିକଟରେ ସୋର ଥାନାର ଏକ ଜିପ ପାଟ୍ରୋଲିଂ ପାଇଁ ଆସିଥିବାବେଳେ ଗାଡିଟି ବିନା ଫିଟନେସ ଓ ଗାଡ଼ି ଷ୍ଟାର୍ଟ ହେଉନଥିବା ପୁଲିସଙ୍କ ଦ୍ବାରା ଠେଲି ଠେଲି ନେବା ଘଟଣାକୁ ଗଣମାଧ୍ୟମରେ ପ୍ରକାଶ କରିଥିଲେ।

ପରେ ଶ୍ରୀ ମହାପାତ୍ର ଏହାକୁ ହ୍ବାଟସଅପ ଗୃପରେ ଭାଇରାଲ କରିଥିଲେ। ସେ ଗୃପରେ ସଦସ୍ୟ ଥିବା ସୋର ଥାନା ଆଇଆଇସି ଶ୍ରୀ ବଲ୍ଲଭ ସାହୁ ବିଭିନ୍ନ ପ୍ରକାର ଅଶାଳିନ ମନ୍ତବ୍ୟ ଦେଇଥିବାବେଳେ ଶ୍ରୀ ମହାପାତ୍ରଙ୍କୁ ଖଣ୍ଡପଡା ସେରଗଡ ଫାଣ୍ଡିର ପୂର୍ବତନ ଏଏସଆଇ ତାଙ୍କୁ ଫୋନ ମାଧ୍ୟମରେ ଧମକ ଚମକ ଦେଇଥିବାର 5ଟି ସଚିବ, ମୁଖ୍ୟମନ୍ତ୍ରୀ, ଡିଜି ଓ ଇଷ୍ଟର୍ଣ୍ଣରେ ଆଇଜିଙ୍କ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଇଷ୍ଟର୍ଣ୍ଣରେ ଆଇଜି ଘଟଣା ତଦନ୍ତ କରିବାକୁ ବାଲେଶ୍ବର ଏସପିଙ୍କୁ ନିର୍ଦ୍ଦଶେ ଦେଇଛନ୍ତି। ଅଭିଯୋଗକାରୀ ଶ୍ରୀ ମହାପାତ୍ର ନିରପେକ୍ଷ ତଦନ୍ତ କରି କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି।