ମୋଦି ଏବଂ ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା : ସାମ୍ବାଦିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 09, 2020 IST

ଲକ୍ଷ୍ନୌ ୯/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀର ଏକ ସ୍ବତନ୍ତ୍ର ସାମ୍ବାଦିକ ପ୍ରଶାନ୍ତ ଜଗଦୀଶ କନୌଜିଆଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭାଜପା ନେତା ଶଶାଙ୍କ ଶେଖର ସିଂହଙ୍କ ଅଭିଯୋଗରେ ମଙ୍ଗଳବାର ଆଶିୟାନା ପୋଲିସ୍ ଏକ ମାମଲା ରୁଜୁ କରିଛି।

ଅଭିଯୋଗକାରୀ ଦିବଂଗତ ସମାଜବାଦୀ ପାର୍ଟିର ବିଧାନ ପରିଷଦ ସଦସ୍ୟ ଅଜିତ ସିଂହଙ୍କ ପୁତ୍ର।

ଶଶାଙ୍କ ଶେଖର ସିଂହ ଅଭିଯୋଗ କରି କହିଛନ୍ତି ଯେ ‘କରୋନା ଭାଇରସ୍ ସମ୍ବନ୍ଧରେ ସେ ସୋସିଆଲ ମିଡିଆରେ ବ୍ରାଉଜ୍ କରିବାବେଳେ ଅଭିଯୁକ୍ତଙ୍କ ଦ୍ବାରା କରାଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ ଦେଖିଥିଲେ, ଯାହା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଅଶାଳୀନ ଥିଲା’।

କନୌଜିଆ ପ୍ରଧାନମନ୍ତ୍ରୀଙ୍କ ଫଟୋ ପୋଷ୍ଟ କରିଥିଲେ ଏବଂ ଅପମାନଜନକ ମନ୍ତବ୍ୟ କରିଥିଲେ। ସେ ମାର୍ଚ୍ଚ ୨୫ତାରିଖରେ ଏକ ଅନ୍ୟ ଟ୍ବିଟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ବିରୋଧରେ ମଧ୍ୟ ଅପମାନଜନକ ମନ୍ତବ୍ୟ ଦେଇଥିଲେ।

ଏହି ମାମଲାରେ କନୌଜିଆଙ୍କୁ ଲକ୍ଷ୍ନୌ ପୋଲିସ୍ ଗତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ପାଇଁ ଗିରଫ କରିଥିଲେ। କିନ୍ତୁ ତାଙ୍କୁ ପରେ ସୁପ୍ରିମ କୋର୍ଟ ଜାମିନ ଦେଇ ଦେଇଥିଲା। ସେହି ସମୟରେ ସାମ୍ବାଦିକ ଏବଂ କନୌଜିଆଙ୍କ ସମର୍ଥକମାନେ ଦେଶର ବିଭିନ୍ନ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.