Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

କପିଲ ସିବଲ ଓ ତାଙ୍କ ପତ୍ନୀଙ୍କୁ କୋର୍ଟକୁ ଘୋଷାଡିଲେ ବରଖା ଦତ୍ତ, କ୍ଷତିପୂରଣ ବାବଦେ ଦାବି କଲେ ୭୪ଲକ୍ଷ ଟଙ୍କା

4/10/2019 at 5:04 PM

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଓ ତାଙ୍କ ପତ୍ନୀ  ପ୍ରମିଳା ସିବଲଙ୍କ ବିରୋଧରେ ଟେଲିଭିଜନ ସାମ୍ବାଦିକ ବରଖା ଦତ୍ତ ମୋକଦ୍ଦମା ରୁଜୁ କରିଛନ୍ତି। ଦିଲ୍ଲୀ ପାଟିଆଲା ହାଉସ କୋର୍ଟରେ ବରଖା ରୁଜୁ କରିଥିବା ମୋକଦ୍ଦମାରେ ସିବଲ ଦମ୍ପତ୍ତିଙ୍କ ଠାରୁ ସୁଧ ସମେତ ୭୪ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଗତ ଜୁଲାଇ ମାସରେ ଇଂରାଜୀ ସମାଚାର ଚାନେଲ ‘ତିରଙ୍ଗା ଟିଭି’ ବନ୍ଦ ହୋଇଯାଇଥିଲା। ଏଥି ଲାଗି ବରଖା ‘ଏନାଲଗ ମିଡିଆ’ ମାଲିକ କପିଲ ସିବଲ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଏହି ମୋକଦ୍ଦମା ରୁଜୁ କରିଛନ୍ତି।

ଆଇନଜୀବୀ ରାଘବ ଅବସ୍ଥି ଓ ମୁକେଶ ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ପିଟିସନରେ ବରଖା ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଚାନେଲ ଅନୁନ୍ୟ ୨ ବର୍ଷ ଯାଏଁ ଚାଲିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେହିପରି ଚାନେଲ ଅନ-ଏୟାର ହେବା ବେଳେ ତାଙ୍କୁ ଅନ୍ୟ ପ୍ଲାଟଫର୍ମ ସହ ଥିବା ଚୁକ୍ତି ସମାପ୍ତ କରିଦେବା ଲାଗି ସଂସ୍ଥା କହିଥିଲା। ସେହିପରି ସଂସ୍ଥା ନଭେମ୍ବର ୧୨ ତାରିଖରେ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲା। ତେବେ ୨୬ ଜାନୁୟାରୀରେ କାର୍ଯ୍ୟକ୍ଷମ ହୋଇଥିଲା।

ସେହିପରି ବରଖାଙ୍କ ସହ ଚାନେଲ ୧ ବର୍ଷ ଲାଗି କଣ୍ଟ୍ରାକ୍ଟ କରିଥିଲା। ଏଣୁ ଚାନେଲ ଲଞ୍ଚ ହେବା ଠାରୁ ପରବର୍ତ୍ତି ୧ ବର୍ଷ ପର୍ଯ୍ୟନ୍ତ ଚୁକ୍ତି ଅନୁସାରେ ତାଙ୍କୁ ବେତନ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ମିଳିବା କଥା। ହେଲେ ଚାନେଲକୁ  ଅଚାନକ ବନ୍ଦ କରିଦିଆଯିବାରୁ ବର୍ଷକର ଦରମା ତାଙ୍କୁ କ୍ଷତିପୂରଣ ଦିଆଯିବା ଦରକାର ବୋଲି ଦାବି କରିଛନ୍ତି। ବରଖାଙ୍କ ପିଟିସନକୁ କୋର୍ଟ ବିଚାର ନିମନ୍ତେ ଗ୍ରହଣ କରିଥିବା ବେଳେ ଏନାଲଗ ମିଡିଆର ମାଲିକ ପ୍ରମିଳା ଶିବଲଙ୍କୁ ନୋଟିସ ଜାରି କରାଯାଇଛି। ତେବେ କୋର୍ଟ ଏପର୍ଯ୍ୟନ୍ତ କପିଲ ସିବଲଙ୍କୁ ସମନ ଜାରି କରିନାହାନ୍ତି।

   Related Posts