ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢୁଛି, ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ ଲଗାଉଛି କୋହଳ ଦଫା

Published By : Prameya-News7 Bureau | February 02, 2019 IST

ଭୁବନେଶ୍ବର୨|୧: ଦିନକୁ ଦିନ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବଢି ଚାଲିଛି ଆକ୍ରମଣ । କେତେବେଳେ ଖବର ସଂଗ୍ରହ ପାଇଁ ଯିବାବେଳେ ତ ଆଉ କେତେବେଳେ ଅନ୍ୟାୟକୁ ପ୍ରତିବାଦ କଲାବେଳେ । ହେଲେ ନା ଆକ୍ରମଣକାରୀଙ୍କ ଉପରେ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ହେଉଛି ନା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର କୌଣସି ନିର୍ଦ୍ଧିଷ୍ଟ  ଆଇନକାନନୁ ବ୍ୟବସ୍ଥା ଅଛି । ଚତୁର୍ଥ ସ୍ତମ୍ଭ ଭାବେ ଗଣତନ୍ତ୍ରକୁ ଧରି ରଖିବାରେ ପ୍ରମୁଖ ଭୂମିକା ନିଭାଉଥିବା ଗଣମାଧ୍ୟମ ଉପରେ ଆକ୍ରମଣକୁ ସାଧାରଣ ଲୋକେ ନିନ୍ଦା କରୁଥିବା ବେଳେ  ରାଜନେତାମାନେ ଏନେଇ ମୁହଁ ନଖୋଲିବା ଉଦ୍‌ବେଗର ବିଷୟ ହୋଇଛି । ….

{"id":81111}

ପୁରୀରେ ପଟ୍ଟାମୁଣ୍ଡାଇ, ଭୁବନେଶ୍ବରରୁ ପାରାଦୀପ । ବିପଦରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସବୁଠି ରାଜ୍ୟର କାର୍ଯ୍ୟରତ  ସାମ୍ବାଦିକଙ୍କ ଉପରେ ଆକ୍ରମଣ । କେତେବେଳେ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲାଣି ତ ଆଉ କେଉଁଠି ଅନ୍ୟାୟକୁ ବିରୋଧ କରିବାରୁ ଟାର୍ଗେଟ୍‌ କରାଯାଉଛି ।  

{"id":81112}

ରାସ୍ତା ଦୁର୍ଘଟଣାର ଖବର ସଂଗ୍ରହ କରୁଥିବା ବେଳେ ଗତକାଲି ପ୍ରମେୟର ପ୍ରତିନିଧି ବିକ୍ରମ ଆଚାର୍ଯ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସେହିଭଳି କିଛି ଦିନ ତଳେ ରାଜଧାନୀର ଏକ ସିନେମା  ହଲ୍‌ରେ ଗୁଣ୍ଡାମି କରୁଥିବା କିଛି ଛାତ୍ରଙ୍କୁ ବିରୋଧ କରିବାରୁ ପ୍ରମେୟର ସାମ୍ବାଦିକକୁ ମରଣାନ୍ତକ ଆକ୍ରମଣ ହୋଇଥିଲା ।

{"id":81113}

ନିକଟରେ  ପଟ୍ଟାମୁଣ୍ଡାଇ, ପାରାଦୀପରେ ମଧ୍ୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି ।  ସାମ୍ବାଦିକଙ୍କ ଉପରେ  ଆକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୋଲିସକୁ ଏତଲା ଦିଆଗଲେ ବି ଅନେକ ସମୟରେ ଏତଲା ରଖୁନାହିଁ ପୋଲିସ । ଆଉ କୋଉଠି ଅଦୃଶ୍ୟ ଚାପରେ ପୋଲିସ ଅପରାଧୀଙ୍କୁ ଧରୁନି ତ ଆଉ କେଉଁଠି ଧର୍ମକୁ ଆଖିଠାର ମାରିବା ଭଳି ଅପରାଧୀଙ୍କୁ ଧରି ଛାଡ଼ି ଦେଉଛି ।  ଏଭଳି ଘଟଣାକୁ ନିନ୍ଦା କରିବା ସହ ସୁରକ୍ଷା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସାମ୍ବାଦିକମାନେ ।

{"id":81114}

ପୁରୀ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।  ସେହିଭଳି ପଟ୍ଟାମୁଣ୍ଡାଇ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ମହାରାଜା  ସିନେମା ହଲ୍‌ ଘଟଣାରେ ଗିରଫ ହୋଇଥିବା ଦୁର୍ବୃତ୍ତଙ୍କ ଉପରେ ପୋଲିସ ଏମିତି କୋହଳ ଦଫା ଲଗାଇଲା ଯେ ସେମାନଙ୍କୁ ସଙ୍ଗେ ସଙ୍ଗେ ଜାମିନ୍‌ ମିଳିଗଲା ।  କେବଳ ସେତିକି ନୁହେଁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ବି ସେମାନଙ୍କ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି । ରାଜନୈତିକ ବ୍ୟକ୍ତି ପଦୁଟିଏ ମୁହଁ ଖୋଲୁନାହାନ୍ତି । ଏପରିକି କୌଣସି ରାଜନୈତିକ ଦଳ ସେମାନଙ୍କ ମ୍ୟାନିଫେଷ୍ଟୋରେ ସାମ୍ବାଦିକଙ୍କ ସୁରକ୍ଷା ନେଇ ଧାଡିଟିଏ ହେଲେ ରଖୁ ନାହାନ୍ତି ।

{"id":81115}

ସାଧାରଣ ଲୋକଙ୍କ ଅଧିକାର ପାଇଁ ଦିନରାତି ଲଢ଼ୁଥିବା ସାମ୍ବାଦିକମାନେ ନିଜ କର୍ତ୍ତବ୍ୟ ପଥରେ ଏଭଳି ଆକ୍ରମଣର ଶିକାର ହେଉଛନ୍ତି । ହେଲେ  ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଯେମିତି କାହାରି କିଛି କର୍ତବ୍ୟ ନାହିଁ । ନାଁ ରାଜନୈତିକ ବ୍ୟକ୍ତି ବିଶେଷ ଏଥି ପ୍ରତି ଧ୍ୟାନ ଦେଉଛନ୍ତି ନା’ ପୋଲିସ ପ୍ରଶାସନର ସୁରକ୍ଷା ମିଳୁଛି । ଏମିତିରେ ଯେଉଁମାନେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଭାବୁଛନ୍ତି, ସେମାନେ ଜାଣିବା ଦରକାର ବିନା ଗଣମାଧ୍ୟମରେ ଗଣତନ୍ତ୍ରର ସ୍ଥିତି କ’ଣ ? ଏବଂ ସମାଜିକ ସ୍ଥିତି କ’ଣ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.