Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଦୁର୍ବୃତ୍ତ ମିଶି ପିଟିଲେ ବନ୍ଧୁକରେ

22/06/2020 at 1:54 PM

ବଡବିଲ ୨୨।୬: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା କରଞ୍ଜିଆର ପ୍ରମେୟ ସାମ୍ବାଦିକ ବିଦୁଭୂଷଣ ପତିଙ୍କ ମୁଣ୍ଡକୁ ବନ୍ଧୁକରେ ପିଟି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟା ୭ଟା ୪୫ମିନିଟରେ ବିଦୁଭୂଷଣ  ସଉଦା ନେଇ ଉର୍ତ୍ତୀ ଛକରୁ ସ୍କୁଟିରେ ସରେଇ ସ୍ଥିତ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଗାଁ ନିକଟ ଆମ୍ବ ତୋଟା ପାଖରେ ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ବାଇକରେ ଆସି ବିଦୁଭୂଷଣଙ୍କୁ  ଅଟକାଇ ବନ୍ଧୁକ ଉଠାଇଥିଲେ । ତେବେ ବିଦୁଭୂଷଣ ଅଟକାଇବାରୁ ବନ୍ଧୁକରେ ଦୁର୍ବୃତ୍ତ ନିସ୍ତୁକ ପିଟିଥିଲେ ।

ବନ୍ଧୁକ ମାଡରେ ବିଦୁଭୂଷଣଙ୍କ ହାତର ଗୋଟିଏ ଆଙ୍ଗୁଳି ଭାଙ୍ଗିଯାଇଥିବା ବେଳେ, ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ମେଡିକାଲରେ ଭର୍ତ୍ତି  କରାଯାଇଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଚମ୍ପୁଆ ପୋଲିସ ଘଟଣାର  ଛାନଭିନ୍ ଆରମ୍ଭ କରିଛି ।

   Related Posts