ପୁଣି ସାମ୍ବାଦିକଙ୍କୁ ଚୋରା ମଦ ମାଫିଆଙ୍କ ଆକ୍ରମଣ; ଭୁଜାଲିରେ ମୁଣ୍ଡକୁ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | December 02, 2018 IST

ସୋର ୨/୧୨ : ବାଲେଶ୍ୱର ଜିଲାରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ବାସୁଦେବପୁର ବ୍ଲକ ସୁଦର୍ଶନପୁର ଗ୍ରାମର ପ୍ରମୋଦ ରାଉତଙ୍କ ଉପରକୁ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଗୁଡଛକରେ ଭୁଜାଲିରେ ଆକ୍ରମଣ କରିଥିଲେ ଚୋରା ମଦ ବେପାରି । ପୂର୍ବରୁ ପୋଲିସ ଧରିଥିବା ଚୋରା ମଦ ବେପାରୀ ଉପରେ ସମ୍ବାଦ ପରିବେଷଣ କରିଥିଲେ ସେହି ଆକ୍ରୋଶରେ ସେମାନେ ତାଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ବାସୁଦେବପୁର ବ୍ଲକରେ ସଂଚାର ପେପର ପାଇଁ କାର୍ଯ୍ୟ କରୁଛନ୍ତି ପ୍ରମୋଦ । ଚଳିତବର୍ଷ ବାଲେଶ୍ୱର ଜିଲାରେ ସାମ୍ବାଦିକଙ୍କୁ ରାଜନେତା, କଳା ବେପାରି ଓ ଚୋରା ମଦ ବେପାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ପ୍ରଥମେ ସୋର, ବାଲିଆପାଳ ପରେ ସୋରରେ ହୋଇଛି ସାମ୍ବାଦିକଙ୍କୁ ଆକ୍ରମଣ । ବାସୁଦେବପୁର ପ୍ରେସ କ୍ଲବ, ସୋର ଇଲୋଟ୍ରୋନିକ୍ସ କ୍ଲବ ତରଫରୁ ସାମ୍ବାଦିକ ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି। ବାସୁଦେବ ପୁର ଆକ୍ରମଣ ହେଇଛି ସୋର ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.