ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି , ଦୁର୍ବୃତ୍ତ ଫେରାର
30/01/2019 at 3:11 PM

ପଟ୍ଟାମୁଣ୍ଡାଇ ୩୦|୧: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ କଟୁରିରେ ଦୁର୍ବୁତ୍ତ ହାଣି ଦେଇଥିବା ଜଣାପଡିଛି । ଏକ ଖବର ପ୍ରସାରଣକୁ ନେଇ ପଟ୍ଟାମୁଣ୍ଡାଇ ସହରର ପୌର ପରିଷଦ ଅଫିସ ନିକଟରେ ସାମ୍ବାଦିକ ଜଣକୁ ଦୁର୍ବୁତ୍ତମାନେ ଆକ୍ରମଣ କରିଥିବା ଜଣାପଡିଛି । ଗୁରୁତର ସାମ୍ବାଦିକ କୁମାରେଶ ନାୟକଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଇକରେ ଆସି ୨ ଜଣ ଅଜଣା ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣ କରୁଥିବା ବେଳେ ଉପସ୍ଥିତ ଲୋକେ ୨ ଆକ୍ରମଣକାରୀଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ଲୋକଙ୍କ କବଳରୁ ଖସି ଚାଲିଯାଇଥିଲେ ଆକ୍ରମଣକାରୀ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳରୁ ସେମାନଙ୍କ ବାଇକକୁ ଜବତ କରିଛି ପୋଲିସ ।
Related Posts
ଅବହେଳା ପାଇଁ ଚାଲିଗଲା ଜୀବନ, ଛାତରୁ ପଡି ଶ୍ରମିକ ମୃତ
28 January 2021