ବିଚ୍ ରାସ୍ତାରେ ସାମ୍ବାଦିକଙ୍କୁ କନେଷ୍ଟବଳ ମାଡ ମାରିବା ଘଟଣା : ନ୍ୟାୟ ନମିଳିଲେ ଚରମ ପଦକ୍ଷେପ ନେବାକୁ ଚେତାବନୀ

Published By : Prameya-News7 Bureau | July 23, 2021 IST

କେନ୍ଦ୍ରାପଡା ୨୩।୭: କେନ୍ଦ୍ରାପଡାରେ ଜଣେ ଓ୍ବେବ ମିଡିଆ ପ୍ରତିନିଧିଙ୍କୁ ବିଚ୍ ରାସ୍ତାରେ କନେଷ୍ଟବଳ ମାଡ ମାରିବା ଘଟଣାରେ ୩୬ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ସମ୍ପୃକ୍ତ କନେଷ୍ଟବଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ଜିଲ୍ଲା ପୋଲିସ । ମାଡ ମାରିଥିବା କନେଷ୍ଟବଳ ପିନୁ ନାୟକ ଖୋଲାଖୋଲି ଭାବେ ବୁଲୁଛନ୍ତି। ଅନ୍ୟପକ୍ଷରେ ନ୍ୟାୟ ନମିଳିଲେ ଚରମ ପଦକ୍ଷେପ ନେବା ପାଇଁ ଚେତାବନୀ ଦେଇଛନ୍ତି ଆକ୍ରମଣର ଶିକାର ହୋଇଥିବା ଭୀମସେନ ସେଠୀ ।

ଗତ ୨୧ ତାରିଖ ଦିନ ଏକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଭୀମସେନଙ୍କୁ କନେଷ୍ଟବଳ ପିନୁ ମାଡ଼ ମାରିଥିଲେ । ତେବେ ଭୀମସେନ ପିନୁଙ୍କ ବିନା ମାସ୍କର ଫଟୋ ଭାଇରାଲ୍ କରିଥିବା ଯୋଗୁଁ ମାଡ ମାରିଥିବା ଜଣାପଡିଛି। ଭୀମସେନ ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.