ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ; ଏଯାଏଁ ଆକ୍ରମଣକାରୀଙ୍କ ଟେର୍ ପାଉନି ପୋଲିସ, ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ସାମ୍ବାଦିକ ସଂଘ

Published By : Prameya-News7 Bureau | February 02, 2019 IST

ପୁରୀ ୨|୨: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପୁରୀ ମେରାଇନ୍ ଥାନା ଅନ୍ତର୍ଗତ ବେଲେଶ୍ବରପାଟଣା ଠାରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସ୍ଥାନୀୟ କିଛି ଯୁବକ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି। ଘଟଣାସ୍ଥଳରେ ପିସିଆର ଭ୍ୟାନ୍ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଛି ।

{"id":80846}

ତେବେ ଘଟଣାକୁ ନେଇ ମେରାଇନ୍ ଥାନାରେ ସାମ୍ବାଦିକଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇନାହିଁ । ଅନ୍ୟପଟେ ଘଟଣାକୁ ନେଇ ଦୃଢ଼ ନିନ୍ଦା କରିଛି ପୁରୀ ସାମ୍ବାଦିକ ସଂଘ । ୨୪ ଘଣ୍ଟା ମଧ୍ୟରେ ଆକ୍ରମଣକାରୀଙ୍କ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ବାରମ୍ବାର ପୁରୀରେ ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣ ହେଉଥିବା ବେଳେ, ସରକାର ତୁରନ୍ତ ଏନେଇ ପଦକ୍ଷେପ ନିଅନ୍ତୁ ବୋଲି ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.