Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସାମ୍ବାଦିକ ତାରିଣୀ ପାଢ଼ୀଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ

29/09/2020 at 3:25 PM

କନ୍ଧମାଳ ୨୯/୦୯: କରୋନା ନେଇଛି ଆଉ ଜଣେ କରୋନା ଯୋଦ୍ଧାଙ୍କ ଜୀବନ। କରୋନାରେ ସାମ୍ବାଦିକ ତାରିଣୀ ପାଢ଼ୀ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିବା ଶ୍ରୀ ପାଢ଼ୀଙ୍କର ମଙ୍ଗଳବାର ସକାଳେ ଭୁବନେଶ୍ବରର କିମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୈନିକ ଖବରକାଗଜ ‘ପ୍ରମେୟ’ର କନ୍ଧମାଳ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ।

ଜଣେ ଅମାୟିକ ବ୍ୟକ୍ତି ଭାବେ ଶ୍ରୀ ପାଢ଼ୀ ବେଶ୍ ପରିଚିତ ଥିଲେ। ଫୁଲବାଣୀରେ ଜିଲ୍ଲା ପ୍ରତିନିଧି ଭାବେ କାମ କରିବା  ପୂର୍ବରୁ ସେ ବାଲେଶ୍ୱର, ଜୟପୁର,  ନବରଙ୍ଗପୁର ପ୍ରଭୃତି ସ୍ଥାନରେ ସାମ୍ବାଦିକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ l

ମୃତ୍ୟୁ ପୂର୍ବରୁ ଶ୍ରୀ ପାଢ଼ୀଙ୍କ ଶେଷ ହ୍ବାଟସଆପ ପୋଷ୍ଟ

କରୋନାରେ ଆକ୍ରାନ୍ତ ହେବା ପରେ ସେ ହସପିଟାଲରେ ଥାଇ ଶେଷ ପୋଷ୍ଟ କରିଥିଲେ। ସେଥିରେ ସେ ଏକ ଇମୋସନାଲ ମେସେଜ ପୋଷ୍ଟ କରିବା ସହ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସେ ଜଣାଇଥିଲେ। ଏହା ସହ କାହାରିକୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବାବଦରେ ନ ପଚାରିବା ପାଇ ଅନୁରୋଧ  କରିଥିଲେ। କାରଣ ଏଭଳି ପଚାରିବା ଦ୍ବାରା ସେ ଅଧିକ ଭାବପ୍ରବଣ ହୋଇ ପଡୁଥିବା ହ୍ବାଟସଆପ୍ ଚାଟ୍‌ରେ ଲେଖି ଥିଲେ। ସ୍ବର୍ଗତ ପାଢ଼ୀଙ୍କର ବିଧବା ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

   Related Posts