Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଜୋରନ୍ଦା ଫାଣ୍ଡି ଅଧିକାରୀଙ୍କ ଦାଦାଗିରି, ରାତିରେ ଘରେ ପଶି ଅମାନୁଷିକ ଆକ୍ରମଣ, ଫେରାଦ ପରେ ଢେଙ୍କାନାଳ ଏସପିଙ୍କ ତଦନ୍ତ ନିର୍ଦ୍ଦେଶ

4/09/2020 at 10:21 PM

ଢେଙ୍କାନାଳ ୦୪।୦୯: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଜୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ସିଙ୍ଘଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ସେ ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ନେଉଳ ପୋଇ ଗ୍ରାମରେ ଘରେ ପଶି ରୁକୁନ ଗଡନାୟକ ନାମକ ବ୍ୟକ୍ତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏପରିକି ରୁକୁନଙ୍କ ପତ୍ନୀ ଅଞ୍ଜଳି ଗଡନାୟକ ପୋଲିସ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଉଭୟ ଦମ୍ପତ୍ତି ଢେଙ୍କାନାଳ ଏସପିଙ୍କଠାରେ ଦ୍ଵାରସ୍ଥ ହୋଇ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ସୂଚନା ଅନୁଯାୟୀ ଗତ ୨ ତାରିଖ ସନ୍ଧ୍ୟାରେ ଗାଁ ମଣ୍ଡପ ପାଖରେ  ରୁକୁନ ଗଡନାୟକଙ୍କ ସହ ପୂର୍ବତନ ସମିତି ସଭ୍ୟ ଭଗବାନ ଗଡନେଙ୍କର ବଚସା ହୋଇଥିଲା । ତେବେ ଏହି ବଚସାକୁ ନେଇ ଫାଣ୍ଡି ଅଧିକାରୀ ଶିବରଂଜନ ସିଙ୍ଘ ରୁକୁନ ଗଡନାୟକ ଘରକୁ ଯାଇଥିଲେ ବୋଲି ଜଣାପଡିଛି । ସେଠାରେ ସେ ରୁକୁନଙ୍କୁ ମାଡ ମାରିବା ସହ ଗାଳିଗୁଲଜ ମଧ୍ୟ କରିଛନ୍ତି। ସ୍ଵାମୀ ରୁକୁନଙ୍କୁ ପୋଲିସ ହାବୁଡରୁ ଛଡାଇବା ବେଳେ ସେ ମଧ୍ୟ ପୋଲିସ ଆକ୍ରୋଶର ଶିକାର ହୋଇଥିବା ପତି-ପତ୍ନୀ ଏସପିଙ୍କଠାରେ ଫେରାଦ ହୋଇଛନ୍ତି।

ଏ ସଂକ୍ରାନ୍ତରେ ରୁକୁନଙ୍କ ପତ୍ନୀ ଅଞ୍ଜଳି ଗଡନାୟକ ଢେଙ୍କାନାଳ ଏସପିଙ୍କ ଦ୍ୱାରସ୍ଥ ହୋଇ ଗୁହାରି କରିଛନ୍ତି । ଫଳରେ ଢେଙ୍କାନା ଳ ଏସପି ଅନୁପମା ଜେମ୍ସ ଘଟଣାର ତଦନ୍ତ ପାଇଁ ଗଁନ୍ଦିଆ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି। ତେବେ ଅଭିଯୋଗର ସତ୍ୟତା ଗଁନ୍ଦିଆ ଥାନା ଅଧିକାରୀ ତଦନ୍ତ କରୁଥିବା ଜଣାପଡିଛି । ତଦନ୍ତ ପରେ ସଠିକ କାରଣ ଜଣାପଡିବ ବୋଲି  ଗଁନ୍ଦିଆ ଥାନା ଅଧିକାରୀ କହିଛନ୍ତି।

   Related Posts