କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେଲା ପ୍ରସିଦ୍ଧ ଯୋରନ୍ଦା ମେଳା, ବାହାର ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କୁ ଗାଦି ମନା

Published By : Prameya-News7 Bureau | February 25, 2021 IST

ଢ଼େଙ୍କାନାଳ୨୫/୨: କୋଭିଡ୍‌ କଟକଣା ମଧ୍ୟରେ ଆରମ୍ଭ ହେଲା ଢ଼େଙ୍କାନାଳର ପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ଉତ୍ସବ ଯୋରନ୍ଦା ମେଳା। ମହିମା ଧର୍ମର ପରମ୍ପରା ଅନୁସାରେ ଗୁରୁବାର ଠାରୁ ୩ ଦିନ ପର୍ଯ୍ୟନ୍ତ ଏହି ମେଳାକୁ ନୀତିକାନ୍ତିରେ ମହିମା ଧର୍ମର ସାଧୁମାନେ ପାଳନ କରିବେ। ପରମ୍ପରା ଅନୁସାରେ ମୁଖ୍ୟ ଗାଦୀ ମନ୍ଦିରର ଚାରି ଦ୍ୱାରରେ ସନ୍ଧ୍ୟା ପରେ ଝାଡ଼ବତୀ ପ୍ରଜ୍ବଳନ କରିବେ ମହିମା ସାଧୁମାନେ।

{"id":414634,"sizeSlug":"large","linkDestination":"none"}

 ଜଗତର କଲ୍ୟାଣ ପାଇଁ ଝାଡ଼ବତୀରେ ଘୃତାହୁତି କରିବେ ମହିମା ସାଧୁ। ଏଥିପାଇଁ ଭଣ୍ଡାର ଘରୁ ସମସ୍ତ ଉପକରଣ ଗାଦୀ ମନ୍ଦିରକୁ ଆଣାଯାଇଛି। ସାଧାରଣ ଦର୍ଶନ ପାଇଁ ଗାଦୀ ମନ୍ଦିର ପରିସରରେ  ସୁନାର ଛତି, ତରାସ ଆଦି ସମସ୍ତ ସୁନା ରୂପାର ସାମଗ୍ରୀ ସବୁ ପରଦର୍ଶନ କରାଯାଇଛି। ଫଳରେ ଆଜି ଭୋର ସମୟରୁ ଗାଦୀର ମହିମାସାଧୁ ମାନେ ନୀତିକାନ୍ତି ଆରମ୍ଭ କରିଛନ୍ତି। ତେବେ କରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦୀକୁ ସମ୍ପୂର୍ଣ୍ଣ ବାରଣ କାରାଯାଇଛି। ଫଳରେ ମୁଖ୍ୟ ଗାଦୀ ମନ୍ଦିରଠୁ ଆରମ୍ଭ କରି ମେଳା ପଡିଆ ପର୍ଯ୍ୟନ୍ତ ସବୁଠି ଖାଁ ଖାଁ ପରିବେଶ ରହିଛି।

 ଏପରି କି କାଁ ଭାଁ ଦୋକାନ ବଜାର ଖୋଲିଥିଲେ ମଧ୍ୟ  ଶ୍ରଦ୍ଧାଳୁଙ୍କ ସାମାଗମ ହୋଇ ନାହିଁ। ତେଣୁ ବ୍ୟବସାୟୀଙ୍କ ବେପାର ମାନ୍ଦା ପଡିଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ଫୋର୍ସ ମୃତୟନ ମଧ୍ୟ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗାଦି ମନ୍ଦିର ଭିତରକୁ ପ୍ରବେଶ ପାଇଁ ବ୍ୟାରିକେଟ୍ ପ୍ରସ୍ତୁତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.