Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଋଷୀୟ ସମ୍ପାଦିକାଙ୍କ ଆତ୍ମହତ୍ୟା, ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ନ୍ୟୁଜ୍ ଏଡିଟର ଇରିନା ଫେସବୁକରେ ଲେଖିଛନ୍ତି, ‘ମୋ ମୃତ୍ୟୁ ପାଇଁ ଋଷ ରାଷ୍ଟ୍ରସଙ୍ଘ ଦାୟୀ’

3/10/2020 at 4:44 PM

ମସ୍କୋ, ୦୩ |୧୦ : ଋଷର ଜଣେ ସମ୍ପାଦିକା ଇରାନା ସ୍ଲାଭାନିଆ ନିଜ ଶରୀରେ ନିଆଁ ଲଗାଇ ପୋଡି ହୋଇ ପ୍ରାଣ ହରାଇଛନ୍ତି । ସେ ନିଝିନି ନୋବଗୋରୋଦର ଏକ ମନ୍ତ୍ରାଳୟ ସାମ୍ନାରେ ନିଆଁରେ ପୋଡିହୋଇ ମୃତ୍ୟୁବରଣ କରିଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ଫେସବୁକ ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି ।

ସେ ନିଜ ଫେସବୁକ ପେଜରେ ଲେଖିଥିଲେ ଯେ, ତାଙ୍କ ମୃତ୍ୟୁ ପାଇଁ ଋଷିଆନ ଫେଡେରସନ୍ ଦାୟୀ । ସେ ଗୁରୁବାର କହିଥିଲେ ଯେ, ପୋଲିସ ତାଙ୍କ ଫ୍ଲାଟକୁ ସର୍ଚ୍ଚ କରିଥିଲା । ଏହାସହ ପ୍ରୋ ଡେମୋକ୍ରାସୀ ଗ୍ରୁପର କିଛି ଦସ୍ତାବିଜ ଜବତ କରିଥିଲା । ଏହାସହ ତାଙ୍କ କମ୍ପ୍ୟୁଟର ଓ ଡାଟାକୁ ପୋଲିସ ସିଜ୍ କରିଥିଲା ।

ତେବେ ସିସିଟିଭି ଫୁଟେଜରୁ ଜଣା ପଡିଛି ଯେ, ଇରାନା ଗୋର୍କି ଷ୍ଟ୍ରିଟରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ । ଏହି ସ୍ଥାନରେ ଆଭ୍ୟନ୍ତରୀଣ ମନ୍ତ୍ରାଳୟର କାର୍ଯ୍ୟାଳୟ ରହିଛି । ଫୁଟେଜରେ ଆହୁରି ମଧ୍ୟ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ଇରାନାଙ୍କ ନିକଟକୁ ଦୌଡି କରି ଆସିବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ତେବେ ସମ୍ପାଦିକାଜଣଙ୍କ ବ୍ୟକ୍ତିଙ୍କୁ ଠେଲି ଦେଉଛନ୍ତି ।

ଋଷ୍ ଇନଭେଷ୍ଟିଗେଟଟିଭ୍ କମିଟି କହିଛି ଯେ, ଇରିନା ନିଜ ସ୍ୱାମୀ ଓ ଝିଅଙ୍କ ସହ ଏକ ଫ୍ଲାଟରେ ରହୁଥିଲେ । ସେ ନିଆଁରେ ପୋଡି ହୋଇ ପ୍ରାଣ ହରାଇଛନ୍ତି । କିନ୍ତୁ ତାଙ୍କ ଫ୍ଲାଟରେ ପୋଲିସର ସର୍ଚ୍ଚ ସହ ମୃତ୍ୟୁର ସମ୍ପର୍କ ନଥିବା କମିଟି କହିଛି ।

କିଏ ଇରିନା

ଇରିନା ହେୁଛନ୍ତି କୋଜା ପ୍ରେସ ଓ୍ୱେବସାଇଟର ମୁଖ୍ୟ ସମ୍ପାଦିକା । ଏହି ଓ୍ୱେବସାଇଟ୍ ସ୍ୱଚ୍ଛ ଖବର ଦେଉଥିବା ଦାବି କରିଥାଏ । ତେବେ ଶୁକ୍ରବାର ଇରାନାଙ୍କ ମୃତ୍ୟୁପରେ ଓ୍ୱେବସାଇଟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

   Related Posts