ଆଜିଠୁ ଯୋରନ୍ଦା ମେଳା, ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମେଳା ଆସିବାକୁ ବାରଣ
25/02/2021 at 7:34 AM

ଢେଙ୍କାନାଳ ୨୫।୦୨: ଆଜି ଠାରୁ ଯୋରନ୍ଦା ମେଳା । ତିନିଦିନ ବ୍ୟାପି ଚାଲିବ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ମହିମା ଗାଦିକୁ ଜିଲ୍ଲା ବାହାରର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି ।
କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ପରମ୍ପରାକୁ ବଞ୍ଚାଇବା ପାଇଁ ପୀଠର ମହିମା ସାଧୁଙ୍କ ଦ୍ବାରା ମାଘ ମେଳା ପାଳନ କରାଯିବ ।ଏପରିକି ମହିମା ଗାଦୀର ସାଧୁ ମାନଙ୍କ କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ ରିପୋର୍ଟ ଥିବା ଅତି ବେଶୀରେ ୫୦ଜଣ ସାଧୁ ମୁଖ୍ୟ ଗାଦୀ ମନ୍ଦିରରେ ଝାଡ଼ ଦୀପ ଓ ଧୁନୀ ପରି ନୀତିକାନ୍ତିରେ ନିୟୋଜିତ ରହିବେ । ଜିଲ୍ଲା ବାହାରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ନିରାଶରେ ଫେରିବାକୁ ପଡୁଛି ।
Related Posts
ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
14 April 2021