'ମୋ ଡ଼େଣାକୁ ଜାବୁଡି ଧରିଲା, ତିନି ତାଲା ଉପରେ ମୋ ଇଜତ୍‌ ଲୁଟି ନେଲା', ଶୁଣନ୍ତୁ ସେ କ'ଣ କହୁଛନ୍ତି

Published By : Prameya-News7 Bureau | July 13, 2020 IST

ଭୁବନେଶ୍ବର୧୩/୭: ଅରିସଲର ଗୋଟେ ପୁଅ, ତା ନାଁ ବଣ୍ଟି ଜେନା। ମୋତେ ଛତାବର ଗୁରୁକୁଳ କଲେଜର କାମ ଦେବ କହି ଡାକି କି ନେଲା। ବିଲିଡିଂ ଦେଖିବା ବାହାନରେ ମୋତେ ଉପରକୁ ଡାକିଲା। ସେପଟେ ବାଟ, ତମେ ଏପଟକୁ କାହିଁକି ଆସିଛ ବୋଲି ଜନୈକ ମହିଳା ଜଣଙ୍କ ପ୍ରଶ୍ନ କରିଥିଲେ। ଅଭିଯୁକ୍ତ କହିଥିଲା, ମୁଁ ତମକୁ ତିନି ତାଲା ଉପରେ ରହି ସବୁ ଦେଖାଇ ଦେବି। ତାପରେ ମହିଳାଙ୍କୁ ଗୋଟେ ଘରକୁ ଡାକି ନେଇଥିଲା ଅଭିଯୁକ୍ତ। ମୋତେ କାହିଁକି ଏଠି କି ଆଣିଛ ବୋଲି ପ୍ରଶ୍ନ କରିଥିଲେ ପୀଡିତା। ଏମିତି କହି ସେଠାରୁ ଚାଲି ଆସିବା ସମୟରେ ପୀଡିତାଙ୍କ ଡ଼େଣାଙ୍କୁ ଜାବୁଡ଼ି ଧରିଥିଲା ଅଭିଯୁକ୍ତ। ତା ପରେ ତାଙ୍କ ସହ ଜୋର୍ ଜବରଦସ୍ତ ଦୁଷ୍କର୍ମ କରାଯାଇଥିବା ପୀଡିତା ଅଭିଯୋଗରେ କହିଛନ୍ତି। ଏ ନେଇ ପୀଡିତା ପ୍ରଥମେ ଜାଆଁଳା ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ସେମାନେ ପୀଡିତାଙ୍କ ଏଫ୍ଆଇଆର ରଖି ନଥିଲେ। ପୁଣି ସେ ମେଣ୍ଢାଶାଳ ଥାନାର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଣ୍ଡରରେ ଏହି ୨ଟି ଥାନା ଯାଉ ନାହିଁ, ତେଣୁ ତମେ ଚନ୍ଦକା ଥାନାକୁ ଯାଅ ବୋଲି ସେମାନେ କହିଥିଲେ। ଶେଷରେ ଚନ୍ଦକା ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା। ଶୁଣନ୍ତୁ ପୀଡ଼ିତା କଣ କହୁଛନ୍ତି,,,

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.