ଜନି ଲିଭରଙ୍କ ପୁଅ ବଡିବିଲଡିଂରେ ଟାଇଗର ଶ୍ରଫଙ୍କୁ ବି ଦେଉଛନ୍ତି ମାତ୍‌

Published By : Prameya-News7 Bureau | October 01, 2019 IST

ମୁମ୍ବାଇ୧|୧୦: ବହୁ ପ୍ରତିଷ୍ଠିତ ଓ ବରିଷ୍ଠ ହାସ୍ୟ କଳାକାର ଜନି ଲିଭର ଆଜିକାଲି ପରଦାରେ କମ ଦେଖିବାକୁ ମିଳୁଛନ୍ତି ସତ କିନ୍ତୁ ଆଜି ମଧ୍ୟ ସେ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚିତ। ବଲିଉଡର ପ୍ରସିଦ୍ଧ କମେଡିୟାନ ଜନି ଲିଭର ଆଜି ପର୍ଯ୍ୟନ୍ତ ପାଖାପାଖି ୧୩ ଥର ଫିଲ୍ମଫେୟର ଆୱାର୍ଡ ଜିତି ସାରିଛନ୍ତି। ଜନି ୩୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।

{"id":164982}

ଜନି ଲିଭରଙ୍କ ପତ୍ନୀ ହେଉଛନ୍ତି ସୁଜାତା । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ। ଜନିଙ୍କ ଭଳି ତାଙ୍କ ଝିଅ ମଧ୍ୟ ବହୁତ କମେଡି କରନ୍ତି। ଜନିଙ୍କ ଝିଅ ଖୁବ୍‌ କମ ବୟସରୁ ଲୋକପ୍ରିୟତା ହାସଲ କରିଥିଲେ। ସେ ଜେମି ଲିଭର ନାଁରେ ପରିଚିତ।

{"id":164983,"width":574,"height":431}

ଜନିଙ୍କ ପୁଅଙ୍କ ନାଁ ହେଉଛି ଜେସି ଲିଭର। ଜେସି ଏଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଖାସ ପରିଚୟ କରିପାରିନାହାନ୍ତି। ହେଲେ ଜେସିଙ୍କ ବଡି ବିଲ୍ଡିଂ ଦେଖିଲେ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯିବେ।

{"id":164984}

ଜେସି ଦେଖିବା ପାଇଁ ଖୁବ ସିମ୍ପଲ। ତାଙ୍କ ବଡି ଦେଖି ଅନେକ କଳାକାର ତାଙ୍କର ପ୍ରଶଂସା କରିଛନ୍ତି। ସେ ନିଜ ଲୁକ୍‌କୁ ସିମ୍ପଲ ଭାବେ ଷ୍ଟାଇଲିସ ରଖିବା ପସନ୍ଦ କରନ୍ତି।    

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.